Tuesday , June 15 2021
Breaking News
Home / ଶିକ୍ଷା / ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା  ଉକ୍ରଳ ବିଶ୍ୱବିଦ୍ୟାଳୟ ସିନେଟ୍ ସଭ୍ୟ ଭାବେ ନିର୍ବାଚିତ

ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା  ଉକ୍ରଳ ବିଶ୍ୱବିଦ୍ୟାଳୟ ସିନେଟ୍ ସଭ୍ୟ ଭାବେ ନିର୍ବାଚିତ

ସାଲେପୁର, ୨୯/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ ଓଡ଼ିଶା ବିଧାନସଭା ଚିଠି ନଂ୩୬୦, ତା.୦୯ ।୦୮ ।୨୦୧୯ରିଖ ଅନୁଯାୟୀ ଗତ ତା.୦୩ ।୦୮ ।୧୯ରିଖରେ ବିଧାନସଭା ଗୃହରେ   ଉକ୍ରଳ ବିଶ୍ୱବିଦ୍ୟାଳୟର ସିନେଟ୍ ସଭ୍ୟ ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ୩ଜଣଙ୍କ ନାମ ଘୋଷଣା କରାଯାଇଥିଲା । ପ୍ରଶାନ୍ତ କୁମାର ବେହେରା ସିନେଟ୍ ସଭ୍ୟ ଭାବେ ନିଦ୍ଧ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବାରୁ କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ, ଜିଲ୍ଲାପରିଷଦ ସଭ୍ୟ ଚିତରଂଜନ ମହାନ୍ତି, ଅଶୋକ କୁମାର ଭୂୟାଁ, ଶୁଭାଶିଷ ପ୍ରଧାନ, ସାଲେପୁର ପଂଚାୟତ ସମିତି ଉପାଧ୍ୟକ୍ଷ ରମେଶ ଜେନା, ନାରାୟଣ ପତି, ଅନନ୍ତ ଚରଣ ପ୍ରଧାନ, ଦିଲ୍ଲୀପ କୁମାର ଦାଶ, ରାଜଶ୍ରୀ ଜେନା, ନବକିଶୋର କର, ବିରଂଚି ନାରାୟଣ କରଙ୍କ ସମେତ ସାଲେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଧାୟକ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *