Thursday , June 24 2021
Breaking News
Home / ଶିକ୍ଷା / ସାଲେପୁର କଲେଜର କଳାରେ ୯୨.୧୭ପ୍ରତିଶତ ଓ ବାଣିଜ୍ୟରେ ୯୧.୭୫ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ

ସାଲେପୁର କଲେଜର କଳାରେ ୯୨.୧୭ପ୍ରତିଶତ ଓ ବାଣିଜ୍ୟରେ ୯୧.୭୫ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ

ସାଲେପୁର,୨୨/୦୬/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – ଶୁକ୍ରବାର +୨ କଳା ଓ ବାଣିଜ୍ୟର ଫଳ ପ୍ରକାଶ ପାଇବାପରେ ସାଲେପୁର ମହାବିଦ୍ୟାଳୟ ପରିସରରେ ଖୁସିର ଲହରୀ ଖେଳିଯାଇଛି । ସାଲେପୁର ମହାବିଦ୍ୟାଳୟର +୨ କଳାରେ ୯୨.୧୭ପ୍ରତିଶତ ଛାତ୍ରଛାତ୍ରୀମାନେ ସଫଳତା ଅର୍ଜନ କରିଥିବାବେଳେ ବାଣିଜ୍ୟରେ ୯୧.୭୫ପ୍ରତିଶତ ଛାତ୍ରଛାତ୍ରୀ ସଫଳତା ଅର୍ଜନ କରିଛନ୍ତି । ସେହିପରି +୨ କଳାରେ ସାଲେପୁର ମହାବିଦ୍ୟାଳୟର ୬୧ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଶ୍ରେଣୀରେ ୫୨ଜଣ ଓ ତୃତୀୟ ଶ୍ରେଣୀରେ ୧୦୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ ୨୧ଜଣ ଅକୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ସେହିପରି ବାଣିଜ୍ୟରେ ୮୨ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ, ଦ୍ୱିତୀୟ ଶ୍ରେଣୀରେ ୩୦ଜଣ ଓ ତୃତୀୟ ଶ୍ରେଣୀରେ ୫୫ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧୫ଜଣ ଅକୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ବାଣିଜ୍ୟରେ ୫ଶହରୁ ଉଦ୍ଧ୍ୱର୍ ନମ୍ବର ରଖି ୯ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବାବେଳେ ଦେବସ୍ମିତା ମହାନ୍ତି ସର୍ବାଧିକ ୫୪୦ନମ୍ବର ରଖି କଲେଜର ଟପ୍ପର ହୋଇଥିବା ଜଣାଯାଇଛି । ଚଳିତ ବର୍ଷ +୨ ବାଣିଜ୍ୟ ଓ କଳାରେ ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବାରୁ ଓ କଲେଜ ଭଲ ସଫଳତା ଆଣିଥିବାରୁ କଲେଜର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ

କେନ୍ଦ୍ରାପଡ଼ା, ୦୬/୦୬/୨୦୨୧(ଓଡ଼ିଶା ସମାଚାର)-ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପଦୋନ୍ନତି ପାଇଥିବା ୧୨ଜଣ ନବ ନିଯୁକ୍ତ ଶିକ୍ଷକ ଓ ଜିଲ୍ଲା ଶିକ୍ଷା …

Leave a Reply

Your email address will not be published. Required fields are marked *