Wednesday , June 16 2021
Breaking News
Home / ବିଶେଷ / ସାଲେପୁରର ବିଭିନ୍ନ ସ୍ଥାନରେ ଚର୍ତୁଦ୍ଧର ମୂର୍ତିଙ୍କ ଘୋଷଯାତ୍ରା ଅନୁଷ୍ଠିତ

ସାଲେପୁରର ବିଭିନ୍ନ ସ୍ଥାନରେ ଚର୍ତୁଦ୍ଧର ମୂର୍ତିଙ୍କ ଘୋଷଯାତ୍ରା ଅନୁଷ୍ଠିତ

ସାଲେପୁର,୦୫/୦୭/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା )- ସାଲେପୁର ଅଂଚଳର ସହରାଂଚଳ ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ସମସ୍ତେ ଜଗନ୍ନାଥପୀଠ ମାନଙ୍କରେ ପ୍ରଭୁ ଜଗତରନାଥ ଜଗନାଥଙ୍କର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ସକାଳୁ ପ୍ରଥମେ ପଣ୍ଡିତମାନେ ବିଭିନ୍ନ ରଥ ଖଳାରେ ପହଂଚି ରଥପୂଜନ କାର୍ଯ୍ୟ ଶେଷ କଲାପରେ ଚର୍ତୁଦ୍ଧା ମୂର୍ତିୀଙ୍କର ପହଣ୍ଡି ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନ ଓ ଶେଷରେ ଜଗତରନ୍ନାଥ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇ ରଥାରୁଢ଼ କଲାପରେ ଛେରାପ୍ରହରା କରାଯାଇଥିଲା । ସମସ୍ତ ରିତିନୀତି କାର୍ଯ୍ୟ ସମାପ୍ତ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ସାହେଶ୍ୱରୀ ପୀଠରେ ଥିବା ଜଗନ୍ନାଥ ମନ୍ଦିରରେ ଥିବା ମହାପ୍ରଭୁଙ୍କୁ ପହଣ୍ଡିରେ ଅଣାଯାଇ ରଥରେ ସ୍ଥାପନ କଲାପରେ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ଚର୍ତୁଦ୍ଧା ମୂର୍ତି ରଥକୁ ଟାଣିଟାଣି ବେଳହୁଡ଼ା ମାଉସୀ ମା’ ମନ୍ଦିର ଠାରେ ରଥକୁ ପହଂଚାଇଥିଲେ । ଏହି ଅବସରରେ ସାଲେପୁର ସହର ଘଂଟଘଂଟା ବୀର କାଳହାଳୀ ଖୋଳ ତାଳ ଓ ଜୟଜଗନ୍ନାଥ ଧ୍ୱନିରେ ସାଲେପୁର ସହର ଏକ ଆଧ୍ୟାତ୍ମିକ ବାତ୍ତାବରଣ ପରିସ୍ଥିତି ସୃଷ୍ଟି କରିଥିଲା । ସେହିପରି ବେଙ୍ଗସାହୁ କଲୋନୀ , ବୋଦାମୁଣ୍ଡାଇ, ଶିଶୁଆ, କଂଟାସାହି, ପଦ୍ମପୁର, ରୋଧପୁର, ଉତରବଟେଶ୍ୱର, ତରିତୋ, ତେନ୍ତୋଳ, ଖରାଖିଆ ସମେତ ବିଭିନ୍ନ  ଗଜନ୍ନାଥ ପୀଠମାନଙ୍କର ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସରେ ସହ ଅନୁଷ୍ଠିତ ହୋଇଥିଲା । ଏହି ଘୋଷ ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସାଲେପୁର ଥାନା ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *