Tuesday , June 15 2021
Breaking News
Home / ବିଶେଷ / ସାଲେପୁରରେ ସ୍ୱାଧିନତା ଦିବସ ପାଳିତ

ସାଲେପୁରରେ ସ୍ୱାଧିନତା ଦିବସ ପାଳିତ

ସାଲେପୁର,୧୭/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ସଦର ମହକୁମାରେ ୭୩ତମ ସ୍ୱାଧିନତା ଦିବସ ଅନୁଷ୍ଠିତ ହୋଇଯାଇଛି । ସାଲେପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସ୍ୱାଧିନତା ଦିବସ ପାଳନ ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପବିତ୍ର ଜାତୀୟ ପତାକାକୁ ଉତୋଳନ କରିଥିଲେ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡ଼୍ ରେ ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥିଙ୍କୁ ଉତ୍ସବର ଆବାହକ ସାଲେପୁର ତହସିଲଦାର ଇଂ ପଦ୍ମଜା ଦାଶ ଉତ୍ସବ ସ୍ଥଳକୁ ପାଛୋଟି ଆଣିଥିଲେ । ବିଧାୟକ ଶ୍ରୀ ବେହେରା ତାଙ୍କ ଉଦବୋଧନକୁ ଦେଶର ଅଖଣ୍ଡତାକୁ ଅଖୁର୍ଣ୍ଣ ରଖିବା ଆମର ପ୍ରଥମ ଓ ପରମ କର୍ତବ୍ୟ ବୋଲି କହିଥିଲେ । ସାଲେପୁର ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସାଲେପୁର ଏସଡ଼ିପିଓ ସୁରେଶ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲା ବେଳେ ପ୍ୟାରେଡ଼କୁ ସାଲେପୁର ହାଇସ୍କୁଲର ଏନସିସି ଅଫିସର ଡ଼ଃ ଗୈାତମ ମହାରଣା ଓ ସାଲେପୁର ମହାବିଦ୍ୟାଳୟର ଏନସିସି ଅଧିକାରୀ ଡ଼ଃ ପ୍ରଭାସିନୀ ଦେବୀ ପରିଚାଳନା କରିଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିôବା କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସାଲେପୁର ମଣ୍ଡଳ ଉନ୍ନୟନ ଅଧକାରୀ କିଶୋର କୁମାର ପଣ୍ଡା , ସାଲେପୁର ଥାନା ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସହ ସାଲେପୁରରେ ଥିବା ସରକାରୀ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ମହାନ୍ତି , ସାଲେପୁର ଫର୍ମାସୀ କାଲେଜରେ ଅଧ୍ୟକ୍ଷ ପ୍ରଫେସର ୟୁ ଲକ୍ଷ୍ମି ନାରାୟଣମ୍ , ସାଲେପୁର ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟକ୍ଷ ବିଭୂତି ଭୂଷଣ ପରିଡ଼ା, ସାଲେପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷେହୀରା ଲାବନ୍ୟବତୀ ବେହେରା, ସାଲେପୁର ଥାନାରେ ଆଇଆଇସି ଦେବେନ୍ଦ୍ର କୁମାର ମଲ୍ଲିକ୍ ଜାତୀୟ ପତାକା ଉତୋଳନ କରିଥିଲେ । ସାଲେପୁର ଆଂଚଚଳିକ ସାମ୍ବାଦିକ ସଂଘ ପକ୍ଷରୁ ସଂଘର ମହାସଚ୍ଚିବ ପ୍ରଫୁଲ୍ଲ ମିଶ୍ର ମଧୁମଣ୍ଡପ ଠାରେ ଜାତୀୟ ପତାକା ଉତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଂପାଦକ ହୃଷିକେଶ ମଲ୍ଲିକ୍, ପ୍ରଦୀପ ପରିଜା, ଉପ-ସଭାପତି ଦିପକ ଦାଶ, ହେମନ୍ତ କୁମାର ଭୂୟାଁ, ପ୍ରତାପ ଚନ୍ଦ୍ର ଭୂୟାଁ, ସୁଜିତ୍ କୁମାର ଭୂୟାଁ, ବିନୟ କୁମାର ଦାଶ, ବିଭୂତି ଭୂଷଣ କର, ଶିଶିର କୁମାର ଦାସ, ନାରାୟଣ ଓଝା, ତାପଷ ଦାଶ, ସୟଦ ଆଲ୍ଲାମ ହୁସେନ୍ ,  ମନୋଜ କୁମାର ମହାନ୍ତି, ପ୍ରଶାନ୍ତ ମଲ୍ଲିକ୍, ମିଲୁ ମହାନ୍ତି, ସୈାମ୍ୟରଂଜନ ଭୂୟାଁ, ଉମାକାନ୍ତ ଜେନା, ପ୍ରଦୀପ୍ତ କିଶୋର କର, ଶିକ୍ଷାବିତ୍ ବିଭୂତି ଭୂଷଣ ପରିଡ଼ା, ସୁଧିର ଦାଶ, ମାନସ କୁମାର କର, ଅନନ୍ତ ଦାଶ, ଚିତରଂଜନ ମୁଦୁଲିଙ୍କ ସହ ସଂଘର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ । ସାଲେପୁର ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଧାନ ଗୁରୁଜୀ ,ଜପକୁଦ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଉପ-ସଭାପତି କବି ଚନ୍ଦ୍ରମଣୀ ଭୂୟାଁ, ରୋଧପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କମିଟି ସଭାପତି ସାମ୍ବାଦିକ ହୃଷିକେଶ ମଲ୍ଲିକ୍, ଉତର ବଟେଶ୍ୱର ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷୟିତ୍ରୀ କୁନିଲତା ସାହୁ, ସାଲେପୁର କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ରବିନ୍ଦ୍ରନାଥ କର, ବିଜେପି କାର୍ଯ୍ୟାଳୟରେ କୁଞ୍ଜମୋହନ ସେଠୀ, ବିଜେଡ଼ି କାର୍ଯ୍ୟାଳୟରେ ବ୍ଲକ୍ ବିଜେଡ଼ି ସଭାପତି ଅନନ୍ତ ପ୍ରଧାନ ଜାତୀୟ ପତାକା ଉତୋଳନ କରିଥିଲେ । ସେହିପରି ସାଲେପୁରରେ ଥିôବା ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟାଳୟର ମୁଖ୍ୟ ଅଧିକାରୀମାନେ ଜାତୀୟ ପତାକା ଉତୋଳନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *