Thursday , June 24 2021
Breaking News
Home / ତାଜା ଖବର / ସାଲେପୁରରେ କଳା ପଲସର ର ଆତଙ୍କ, ବ୍ୟବସାୟୀଙ୍କୁ ଆକ୍ରମଣ କରି ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍

ସାଲେପୁରରେ କଳା ପଲସର ର ଆତଙ୍କ, ବ୍ୟବସାୟୀଙ୍କୁ ଆକ୍ରମଣ କରି ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍

ସାଲେପୁର,୦୯/୦୮/୨୦୧୯(ଓଡ଼ିଶା ସମାଚାର / ଅଭୟ ଜେନା )- ସାଲେପୁର ଅଂଚଳରେ ପୁଣି କଳା ପଲସରର ଆତଙ୍କ । କିଛିଦିନ ଚୁପ ରହିବା ପରେ ଏବେ ଏହି କଳାପଲସର ଆତଙ୍କ ସାଲେପୁରରେ ଚହଳ ପକାଇଛି । ଆଜି ବୋଦାମୁଣ୍ଡାଇ ଅଂଚଳର ଜଣେ ବ୍ୟବସାୟୀ ଏକ ପିକଅପ୍ ଭ୍ୟାନ୍ ଯୋଗେ କଟକ ମାଲଗୋଦାମକୁ ଜିନିଷ ଆଣିବାକୁ ଯାଉଥିବାବେଳେ ଭାତପଡ଼ା ନିକଟରେ ଏକ କଳା ପଲସରରେ ୩ଜଣ ଯୁବକ ତାଙ୍କୁ ପିଛା କରି ସେଠାରେ ତାଙ୍କୁ ଅଟକାଇ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୪ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଯାଇଥିବାର ଅଭିଯୋଗ ହୋଇଛି । ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଖବର ଲେଖାହେଲାବେଳକୁ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ସ୍ୱର୍ଗତ ସାରଙ୍ଗଧର ସାହୁଙ୍କ ପୁତ୍ର ବୀରବର ସାହୁ ଏକ ପିକଅପ୍ ଭ୍ୟାନ୍ ସହ କଟକ ମାଲଗୋଦାମକୁ ଗ୍ରୋସରୀ ଜିନିଷ ଆଣିବାକୁ ଯାଉଥିବା ସମୟରେ ଏକ କଳା ପଲସରରେ ୩ଜଣ ଯୁବକ ତାଙ୍କୁ ପିଛା କରି ଭାତପଡ଼ା ନିକଟରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ଉପରକୁ ଛେପ ପକାଇଥିଲେ । ଡ୍ରାଇଭର ଏହାକୁ ପ୍ରତିବାଦ କରି ଗାଡ଼ି ସ୍ଲୋ କରିଥିବାବେଳେ ଏହି ୩ଯୁବକ ପଲସରରୁ ଓହ୍ଲାଇ ଡ୍ରାଇଭରକୁ ମାଡ଼ ମାରିବା ସହ ବୀରବର ମୁଣ୍ଡରେ  କୌଣସି ଏକ ମାରଣାସ୍ତ୍ରରେ ଆକ୍ରମଣ କରି ତାଙ୍କ ନିକଟରୁ ୪ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇ କଟକ ଅଭିମୁଖେ ଦ୍ରୁତଗତିରେ ପଳାଇଯାଇଥିଲେ । ଏନେଇ ଆଜି ବୀରବର ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାଲେପୁର ପୋଲିସ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ ଚାଲୁରଖିଥିଲେ ମଧ୍ୟ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଏହି ଖବର ପ୍ରଚାରିତ ହେବାପରେ ସାଲେପୁର ଅଂଚଳରେ କଳାପଲସରର ଆତଙ୍କ ଜୋର ଧରିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *