Sunday , June 20 2021
Home / ବିଶେଷ / ସାଲେପୁରରୁ ନିଖୋଜ ନାବାଳିକା କଲେଜ ଛାତ୍ରୀର ପତା ମିଳୁନି :  ତଦନ୍ତ ଜାରି

ସାଲେପୁରରୁ ନିଖୋଜ ନାବାଳିକା କଲେଜ ଛାତ୍ରୀର ପତା ମିଳୁନି :  ତଦନ୍ତ ଜାରି

ସାଲେପୁର,୧୨/୧୨/୨୦୨୦(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସୁଦର୍ଶନ ସାହୁଙ୍କ ନାବାଳିକା ଝିଅ ( ଛଦ୍ମନାମ ମାମା),ବୟସ ୧୭,ଘରୁ ନିଖୋଜ ହୋଇଥିବା ନେଇ ସାଲେପୁର ଥାନାରେ ଅଭିଯୋଗ ହୋଇଛି । ବିବରଣୀରୁ ପ୍ରକାଶଯେ  ଗତ ନଭେମ୍ବର ୨୦ ତାରିଖ ଅପରାହ୍ନ ୨ଟା ସମୟରେ ନାବାଳିକା ଝିଅ କେଉଁଆଡେ ନିଖୋଜ ହୋଇଯାଇଥିବା ପିତା ସୁଦର୍ଶନ କହିଛନ୍ତି । ବହୁ ଖୋଜା ଖୋଜି କରି ନ ପାଇବାରୁ ନଭେମ୍ବର ୨୪ ତାରିଖରେ ସାଲେପୁର ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ । ସାଲେପୁର ଆଦର୍ଶ ଥାନା ପୋଲିସ୍ କେସ୍ ନଂ ୩୬୩/୨୦୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣା ପଡିଛି । ନିଖୋଜ ନାବାଳିକା ଜଣକ ସାଲେପୁର ମହାବିଦ୍ୟାଳୟ ର ଯୁକ୍ତ ୨ ବାଣିଜ୍ୟ ର ୧ମ ବର୍ଷ ଛାତ୍ରୀ ଅଟନ୍ତି ।

ଫେସବୁକ୍ ରେ ଫସାଇ  ନାବାଳିକା ଝିଅକୁ କେହି ଅପହରଣ କରି ନେଇଥିବା ତାଙ୍କ ବାପା ସନ୍ଦେହ କରୁଛନ୍ତି । ପୋଲିସର ତଦନ୍ତକୁ ବାଟବଣା କରିବା ପାଇଁ ଅପହରଣକାରୀ ବାରମ୍ବାର ସ୍ଥାନ ବଦଳାଉଥିବା ଓ ମୋବାଇଲ୍ ନମ୍ବର କୁ ବଦଳାଉଥିବା କଲ୍ ଟ୍ରାକିଙ୍ଗରୁ ଜଣା ପଡ଼ୁଛିି ବୋଲି ଥାନା ଭାରପ୍ରାପ୍ର ଅଧିକାରୀ ବିଜୟ କୁମାର ବିଶି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଖୁବ୍ ଶିଘ୍ର ଅଭିଯୁକ୍ତକୁ ଗିରଫ କରାଯିବା ସହ ନାବାଳିକାକୁ ଉଦ୍ଧାର କରିବାରେ ପୋଲିସ ସକ୍ଷମ ହେବ ବୋଲି ଶ୍ରୀ ବିଶି ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *