Thursday , June 17 2021
Home / ରାଜନୀତି / ସାରା ଓଡ଼ିଶାର ପ୍ରତି ୱାର୍ଡ଼, ସାହି, ବସ୍ତି ଏବଂ ଆପାର୍ଟମେଂଟ ପାଇଁ ଉନ୍ନୟନ କମିଟି ଗଠନ ହେବ

ସାରା ଓଡ଼ିଶାର ପ୍ରତି ୱାର୍ଡ଼, ସାହି, ବସ୍ତି ଏବଂ ଆପାର୍ଟମେଂଟ ପାଇଁ ଉନ୍ନୟନ କମିଟି ଗଠନ ହେବ

ଭୁବନେଶ୍ୱର ,୨୭/୦୭/୨୦୧୯(ଓଡ଼ିଶା ସମାଚାର)-ସାରା ଓଡ଼ିଶାର ପ୍ରତ୍ୟେକ ଗ୍ରାମର ପ୍ରତି ୱାର୍ଡ ପାଇଁ ଏବଂ ସହରାଂଚଳର ପ୍ରତ୍ୟେକ ୱାର୍ଡ଼, ପ୍ରତ୍ୟେକ ସାହି, ପ୍ରତ୍ୟେକ ବସ୍ତି ଏବଂ ପ୍ରତ୍ୟେକ ଆପାର୍ଟମେଂଟର ଉନ୍ନତି ପାଇଁ ଇଣ୍ଡିଆନ ସିଟିଜେନ୍ସ ପାର୍ଟି (ଆଇସିପି) ଅତି କମ୍ରେ ୧୦ଜଣିଆ କମିଟି ଗଠନ କରିବ । ଉନ୍ନୟନ କମିଟିର ଉନ୍ନୟନମୂଳକ ପ୍ରସ୍ତାବ ସବୁକୁ କାର୍ଯ୍ୟକାରୀ କରିବା ପାଇଁ ଇଣ୍ଡିଆନ ସିଟିଜେନ୍ସ ପାର୍ଟି କାର୍ଯ୍ୟକାରୀ କରିବ । ଏତଦବ୍ୟତୀତ କମିଟି ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ବୃକ୍ଷରୋପଣ, ନିଶା ନିବାରଣ ଏବଂ ଦୁର୍ନତି ନିବାରଣ କାର୍ଯ୍ୟକ୍ରମ ସବୁ କାର୍ଯ୍ୟକାରୀ କରାଯିବ । ଆଗ୍ରହୀ ବ୍ୟକ୍ତିମାନେ ଇଣ୍ଡିଆନ ସିଟିଜେନ୍ସ ପାର୍ଟି କାର୍ଯ୍ୟାଳୟ ସହିତ ଏବଂ ମୋବାଇଲ ନମ୍ବର ୮୪୮୦୨୬୬୦୦୧ରେ ଯୋଗାଯୋଗ କରିବା ପାଇଁ ଏବଂ କମିଟି ସଭ୍ୟ ସଭ୍ୟାମାନଙ୍କର ନାମ ଓ ମୋବାଇଲ୍ ନମ୍ବର କାର୍ଯ୍ୟାଳୟକୁ ଏବଂ ଟେଲିଫୋନରେ ପଠାଇବାକୁ ଅନୁରୋଧ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ତାରପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥିବା ବେଳେ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ ପ୍ରତିଦିନ …

Leave a Reply

Your email address will not be published. Required fields are marked *