Sunday , June 20 2021
Home / ବିଶେଷ / ସାରସ୍-କୋଭ୍-୨ ସଂକ୍ରମଣ ଆଶଙ୍କା – ଜିଲ୍ଲାରେ ମକର ମେଳା ପାଳନରେ ରୋକ୍ ଲଗାଇଲା ପ୍ରଶାସନ

ସାରସ୍-କୋଭ୍-୨ ସଂକ୍ରମଣ ଆଶଙ୍କା – ଜିଲ୍ଲାରେ ମକର ମେଳା ପାଳନରେ ରୋକ୍ ଲଗାଇଲା ପ୍ରଶାସନ

ପାରାଦ୍ୱୀପ ୦୨/୦୧/୨୦୨୧ (ଓଡ଼ିଶା ସମାଚାର)- ସଂପ୍ରତି ବି୍ରଟେନରେ କୋରନା ଭାଇରସ୍ ର ଦ୍ୱିତୀୟ ପର୍ଯ୍ୟାୟ ସାରସ୍-କୋଭ୍-୨ ର ସଂକ୍ରମଣ ବ୍ୟାପକ ହେବାକୁ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଜଗତ୍ସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମକର ମେଳା ପାଳନ ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ଏସଂପର୍କରେ ନୂଆବର୍ଷ ଦିନ ପତ୍ର ସଂଖ୍ୟା-୨୭ ରେ ଏକ ନିର୍ଦ୍ଧେଶାନାମା ଜାରୀ କରିଛନ୍ତି । ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ଆଇନ୍ ଧାରା ୨.୩ ଓ ୪ ଏବଂ ମହାମାରୀ ଆଇନ୍ ୧୮୯୭ ଅଧିନ କୋଭିଡ୍-୧୯ ନିୟମାବଳୀ ୨୦୨୦ କୋରନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ସାରସ୍-କୋଭ୍-୨ ର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡ୍ ଲାଇନ୍ ଜାରୀ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ମକର ମେଳା ଆୟୋଜନ ଉପରେ ରୋକ୍ ଲଗାଇଛନ୍ତି । ପ୍ରକାଶ ଥାଉକି, ଏହି ମକର ମେଳା ଦୀର୍ଘ ଦିନ ଧରି ଚାଲିଥାଏ ଓ ବହୁ ଜନସମାଗମ ହୋଇଥାଏ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *