Wednesday , June 16 2021
Breaking News
Home / ବିଶେଷ / ସାରଥି ରାଜ୍ୟ ବାହାରେ – ବାରିମୂଳ ଆଶ୍ରମରେ ଲାଗିଲା ଇଡ଼ି ର ନୋଟିସ୍

ସାରଥି ରାଜ୍ୟ ବାହାରେ – ବାରିମୂଳ ଆଶ୍ରମରେ ଲାଗିଲା ଇଡ଼ି ର ନୋଟିସ୍

କେନ୍ଦ୍ରାପଡ଼ା, ୨୭/୦୭/୨୦୧୯(ଓଡ଼ିଶା ସମାଚାର)- ସନ୍ତୋଷ ରାଉଳ ଆଲିଆସ ବହୁ ଚର୍ଚ୍ଚିତ ଆତ୍ମ ଘୋଷିତ ଭଗବାନ ସାରଥି ବାବା ଗିରଫ ହେବାର ୪ ବର୍ଷ ପରେ ଜାମିନ ରେ ଆସିବା ପରେ ସେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଯିବା ଉପରେ କଟକଣା ଥିବାରୁ ସେ ବାରିମୂଳ ଯାଇନାହାନ୍ତି । ବର୍ତମାନ ସେ ତଦନ୍ତକାରୀ ଅଧିକାରୀଙ୍କ ଅନୁମତି ନେଇ ରାଜ୍ୟ ବାହାରେ ( କୋଲକାତା) ରେ ଥିବା ଚର୍ଚ୍ଚା ହେଉଥିବାବେଳେ କ୍ରାଇମବ୍ରାଂଚ ର ଇଡ଼ି ପକ୍ଷରୁ ବାରିମୂଳ ଆଶ୍ରମ ସ୍ଥଳରେ କ୍ରାଇମବ୍ରାଂଚ ଇଡ଼ି ପକ୍ଷରୁ ଯେଉଁ ସମ୍ପତି ଗୁଡ଼ିକ ଇଡ଼ି ହାତରେ ରହିଛି , ତାହାର ତାଲିକା ସହିତ ନୋଟିସ ପ୍ରକାଶ ପାଇଛି । ସେହିସବୁ ସମ୍ପତି ରେ ଅନଧିକାର ପ୍ରବେଶ ଉପରେ କଟକଣା ଲଗାଯାଇଛି । ମନି ଲଣ୍ଡରିଙ୍ଗ ଆକ୍ଟରେ ଏହି ନୋଟିସ ଲଗାଯାଇଛି । ଯେଉଁମାନେ ଉକ୍ତ ସମ୍ପତିରେ ଅନଧିକାର ପ୍ରବେଶ କରିବେ ସେମାନେ ଦଣ୍ଡନୀୟ ହେବେ ବୋଲି କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *