Sunday , June 13 2021
Breaking News
Home / ବିଶେଷ / ସାମ୍ବାଦିକ ସୁରକ୍ଷା ଆଇନି ଓ ମିଡ଼ିଆ କମିଶନ ଗଠନ ପାଇଁ ଦାବିପତ୍ର ପ୍ରଦାନ

ସାମ୍ବାଦିକ ସୁରକ୍ଷା ଆଇନି ଓ ମିଡ଼ିଆ କମିଶନ ଗଠନ ପାଇଁ ଦାବିପତ୍ର ପ୍ରଦାନ

ସାଲେପୁର / ମାହାଙ୍ଗା /ନିଶ୍ଚିନ୍ତକୋଇଲି, ୨୯ /୧୨ /୨୦୨୦(ଓଡିଶା ସମାଚାର/ଅଭୟ ଜେନା) -ଗଣମାଧ୍ୟମରେ କାର୍ୟ୍ୟରତ ସାମ୍ବାଦିକ ମାନେ ଅସୁରକ୍ଷିତ ହୋଇପଡିଛନ୍ତି । ରାଜ୍ୟବ୍ୟାପୀ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ସରକାର ସାମ୍ବାଦିକ ସୁରକ୍ଷା ଆଇନି ବିଧାନସଭାରେ ପାରିତ କରିବା ସହ ଏକ ମିଡ଼ିଆ ପ୍ରୋଟେକସନ୍ କମିଶନ ଗଠନ ପାଇଁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଦାବି କରିଛି ।
କଟକ ଜିଲ୍ଲା ସଂଘ ପକ୍ଷରୁ ଆଜି ଜିଲ୍ଲାବ୍ୟାପୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମାହାଙ୍ଗା ବ୍ଲକରେ ଜିଲ୍ଲା ସଭାପତି ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ, ବିଜୟ ଜେନା,ଅରୁଣ ଲେଙ୍କା, ସୁରେଶ ବଳ, ବସନ୍ତ ସାମଲ, କ୍ଷୀରୋଦ ବେହେରା, ତୁଷାର ନାୟକ, ଦିବାକର ରାଉତ, ମହେଶ୍ୱର ବେହେରା, ସଂଯୁକ୍ତା ସାହୁ, ଅକ୍ଷୟ ଗୋଛାୟତ, ବିବେକାନନ୍ଦ ଦାସ, ଅଚ୍ୟୁତାନନ୍ଦ ନାୟକ, ହରିହର ସାହୁ ପ୍ରମୁଖ ଏକ ପଟୁଆରରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ସେହିପରି ସାଲେପୁର ବ୍ଲକ ରେ ବିଡିଓ ଦେବରାଜ ସେଠୀ ଙ୍କୁ ଓ ନିଶ୍ଚିନ୍ତକୋଇଲି ବ୍ଲକ ରେ ହେଡ କ୍ଲର୍କ ସୁବାଶିସ୍ ସାହୁ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ ସାମ୍ବାଦିକ ତଥା କାର୍ୟ୍ୟକାରିଣୀ ସଦସ୍ୟ ଅଭୟ ଜେନା ଓ ରତ୍ନାକର ବାରିକ୍, ସାମ୍ବଦିକା ସୁଜାତା ଗୋସ୍ୱାମୀ , କ୍ଷମାନିଧି ପୁଝାରୀ , ରଞ୍ଜନ ଦାସ୍ , ରମେଶ୍ ଜେନା, ଶପ୍ତଜୋତୀ ରାଉଳ , ମିନ କେତନ ଦାସ୍, ଅକ୍ଷୟ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ମହାପ୍ରଭୁ ତୁଳସୀକ୍ଷେତ୍ରାଧିପତି ଶ୍ରୀ ବଳଦବଜୀଉଙ୍କ ରଥଯାତ୍ରା ବନ୍ଦ କରିବା : ଜନଭାବନା ବିରୋଧି ଓ ଆଧାରହୀନ ନିଷ୍ପତି

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟ ସରକାର ମହପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ହେବ ବୋଲି ଘୋଷଣା …

Leave a Reply

Your email address will not be published. Required fields are marked *