Thursday , June 17 2021
Breaking News
Home / ବିଶେଷ / ସାମ୍ବାଦିକ ସଙ୍ଗଠନକୁ  ବଦନାମ କରୁଥିବା ବ୍ୟକ୍ତିଙ୍କୁ  ପାରାଦ୍ୱୀପ ପ୍ରେସ୍ ମିଡିଆର ନିନ୍ଦା ଓ ବିରୋଧ

ସାମ୍ବାଦିକ ସଙ୍ଗଠନକୁ  ବଦନାମ କରୁଥିବା ବ୍ୟକ୍ତିଙ୍କୁ  ପାରାଦ୍ୱୀପ ପ୍ରେସ୍ ମିଡିଆର ନିନ୍ଦା ଓ ବିରୋଧ

ପାରାଦ୍ୱୀପ ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ସାମ୍ବାଦିକଙ୍କ ସୁରକ୍ଷା, ଐକ୍ୟବଦ୍ଧତା ଓ ସାମାଜିକ ସେବା ନିମନ୍ତେ ଗଠିତ ହୋଇଛି “ ପାରାଦ୍ୱୀପ ପ୍ରେସ୍ ମିଡିଆ ” । ଏହି ସାମ୍ବାଦିକ ସଂଗଠନ ସ୍ଥାନୀୟ ଅଂଚଳରେ ନିଜର କାର୍ଯ୍ୟକ୍ରମ ପାଇଁ ସାଧାରଣରେ ବେଶ ପ୍ରଶଂସିତ ଓ ଚର୍ଚ୍ଚିତ ହୋଇଛି । ତେବେ ଏହି ସଂଗଠନରେ ସଂଘ ବିରୋଧି କାର୍ଯ୍ୟ ପାଇଁ ବହିସ୍କୃତ ହୋଇଥିବା  ଓ ସାମ୍ବାଦିକ ଖୋଳପା ଭିତରେ ରହି ନିଜର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ଏବଂ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ କିଛି ବ୍ୟକ୍ତି ସାମ୍ବାଦିକ ସଂଗଠନ ଓ ସାମ୍ବାଦିକ ବୃତିକୁ ସାଧାରଣରେ ବଦନାମ କରୁଥିବାର ଅଭିଯୋଗ  ହୋଇଛି । ଏତଦ୍ ବ୍ୟତୀତ ବିଭିନ୍ନ ପ୍ରଶାସନିକ ଓ ଶିଳ୍ପାନୁଷ୍ଠାନ ମାନଙ୍କରେ ସଂଗଠନର ମିଥ୍ୟା ଦ୍ୱାହି ଦେଇ ଏହି ବ୍ୟକ୍ତି ମାନେ ନିଜର ଆଧିପତ୍ୟ ଜାହିର କରିବାର ଅପଚେଷ୍ଟା ଚଳାଇଛନ୍ତି । ପାରାଦ୍ୱୀପ ପ୍ରେସ୍ ମିଡିଆ ସାମ୍ବାଦିକ ସଂଗଠନ ନାମରେ ବେଆଇନ୍ ଭାବେ କାର୍ଯ୍ୟକ୍ରମ ଓ ଅର୍ଥ ଆଦାୟ କରୁଥିବାର ଏକ ସଙ୍ଗିନ୍ ଅଭିଯୋଗ ଆଣିବା ସହିତ ଏହାର ଘୋର ନିନ୍ଦା ଓ ବିରୋଧ କରିଛି ଏହି ସଂଗଠନ । ତେବେ ପ୍ରେସ୍ ମିଡିଆ ସଂଗଠନ ନିଜର କୌଣସି କାର୍ଯ୍ୟକ୍ରମ ପାଇଁ ସାଧାରଣରେ ଅର୍ଥ ସଂଗ୍ରହ ବା ଚାନ୍ଦା ଆଦାୟ କରେ ନାହିଁ ବୋଲି  ସଂଘ ତରଫରୁ ପ୍ରକାଶ । ଯଦି ପ୍ରେସ୍ ମିଡିଆ ନାମରେ କେହି ଅର୍ଥ ଆଦାୟ ବା ବିଭା୍ରନ୍ତି କର ଖବର ପ୍ରକାଶ କରିବାର ଅପଚେଷ୍ଟା କରନ୍ତି , ତେବେ ସେମାନେ ପାରାଦ୍ୱୀପ ପ୍ରେସ୍ ମିଡିଆ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ ଓ ସାଧାରଣ ସଂପାଦକ ରନôାକର ଜେନାଙ୍କୁ ଅବଗତ କରାଇବା ସହ ଆଇନ୍ ର ଆଶ୍ରୟ ନେଇପାରିବେ ବୋଲି ସଂଗଠନ ସୂଚନା ଦେଇଛି । ଏତଦ୍ ବ୍ୟତିତ ଏହି ବିଭା୍ରନ୍ତ ସୃଷ୍ଟିକାରୀଙ୍କ ଦ୍ୱାରା ପ୍ରେସ୍ ମିଡିଆ ସମ୍ପର୍କିତ କୌଣସି ଖବର ଯେ କୌଣସି ଗଣମାଧ୍ୟମରେ ପ୍ରକାଶିତ କରନ୍ତି , ତେବେ ସେଥିପାଇଁ ପାରାଦ୍ୱୀପ ପ୍ରେସ୍ ମିଡିଆ  ଦାୟୀ ରହିବ ନାହିଁ । ଏବଂ ସାମ୍ବାଦିକ ଓ ସେମାନଙ୍କ ସଂଗଠନକୁ ବଦନାମ କରୁଥିବା ଏହି ସାଂଘାତିକ ଗୋଷ୍ଠୀଙ୍କୁ  ସତର୍କ ରହିବାକୁ ସଂଗଠନ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ପ୍ରକାଶ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *