Sunday , June 20 2021
Home / ବିଶେଷ / ସାମ୍ବାଦିକ ଦମ୍ପତି ଙ୍କୁ ଆକ୍ରମଣ – ପୋଲିସ ଆକ୍ରମଣ କାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ

ସାମ୍ବାଦିକ ଦମ୍ପତି ଙ୍କୁ ଆକ୍ରମଣ – ପୋଲିସ ଆକ୍ରମଣ କାରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ

କଳାହାଣ୍ଡି ,୧୨/୦୨/୨୧(ଓଡ଼ିଶା ସମାଚାର /ସଂଜୟ ସିଂହ )- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ତିନି ଜଣ ଲୋକ ଜନୈକ ସାମ୍ବାଦିକ ଙ୍କ ଘରେ ପଶି ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଆକ୍ରମଣ କରିବା ଘଟଣା ର ତଦନ୍ତ ବଦଳରେ ପୋଲିସ ଅଭିଯୋଗ କାରୀ ଙ୍କୁ କେଶ୍ ରଫାଦଫା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ଏତଲା କାରୀ ସାମ୍ବାଦିକ ସଂଜୟ ସିଂ। ସୂଚନା ରୁ ଜଣାଯାଏ ଯେ ଗତ ପାଞ୍ଚ ତାରିଖ ରାତିରେ ମୁଖିଗୁଡ଼ା ଗ୍ରାମ ପୁରୁଣାପଡା ର କିଛି ବ୍ୟକ୍ତି ସାମ୍ବାଦିକ ସଂଜୟ ଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ମାରପିଟ୍ କରିବାରୁ ତୁରନ୍ତ ସାମ୍ବାଦିକ ଶ୍ରଷ ସିଂ ମୁଖିଗୁଡ଼ା ଫାଣ୍ଡି ଅଧିକାରୀ ଙ୍କୁ ଫୋନ ରେ ସୂଚନା ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତି ମାନେ ଫାଣ୍ଡି ଅଧିକାରୀ ଙ୍କ ଉପସ୍ଥିତି ରେ ମଧ୍ୟ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଗାଳି ଗୁଲଜ ଓ ଅସଦାଚରଣ କରିବା ସହ ଆକ୍ରମଣ କରିବାରୁ ସାମ୍ବାଦିକ ସଂଜୟ ଙ୍କ ସ୍ତ୍ରୀ ଗୀତାଞ୍ଜଳି ସିଂ ମଧ୍ୟ ଜୟ ପାଟଣା ଥାନା ରେ ଏତଲା କରିଥିଲେ। ଫାଣ୍ଡି ଅଧିକାରୀ ପ୍ରେମଚାନ୍ଦ ସାହୁ ଅଭିଯୋଗ କାରୀ ସାମ୍ବାଦିକ ସିଂ ଙ୍କୁ କେଶ୍ କରି ଆଜୀବନ ସଜା କରେଇ ଲାଇଫ କଂଡମ କରି ଦେବି ବୋଲି ଧମକ ଦେବାରୁ ସାମ୍ବାଦିକ ସଞ୍ଜୟ ସିଂ ଜୟପାଟଣା ଥାନାରେ ଏତଲା ଦାଖଲ କରିଥିଲେ। ଏତଲା ର ତଦନ୍ତ ପରିବର୍ତେ ଏତଲା କାରୀ ଙ୍କୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଥାନା ରେ ଅଟକ ରଖି ମାମଲା ରଫାଦଫା ପାଇଁ ଚାପ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି ସାମ୍ବାଦିକ ସଞ୍ଜୟ ସିଂ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଲି। ବର୍ତ୍ତମାନ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ପରିବାର। କେଉଁ କାରଣରୁ ପୋଲିସ ଘଟଣା କୁ ଚପେଇ ଦେବା ପାଇଁ ଉଦ୍ୟମ କରୁଛି ତାହା ରହସ୍ୟାବୃତ୍ତ ହୋଇ ରହିଥିବା ବେଳେ ଘଟଣା ର ତଦନ୍ତ କରିବା ସହ ପରିବାର କୁ ସୁରକ୍ଷା ଦେବା ପାଇଁ ଜଣ ସାଧାରଣ ରେ ଦାବି ହେଉଛି। ଏଥିପ୍ରତି ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ , ଗୃହ ବିଭାଗ ସଚିବ ଓ ପୁଲିସ ମହା ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଓଡିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *