Tuesday , June 15 2021
Breaking News
Home / ବିଶେଷ / ସାମ୍ବାଦିକଙ୍କ କଲମ ଚାଳନା ସମାଜର ବିକାଶରେ ସହାୟକ ହେବ

ସାମ୍ବାଦିକଙ୍କ କଲମ ଚାଳନା ସମାଜର ବିକାଶରେ ସହାୟକ ହେବ

ଓ.ୟୁ.ଡବ୍ଲୁ୍ୟ.ଜେ ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଯାଜପୁର,୨୭/୦୮/୨୦୧୯(ଓଡ଼ିଶା ସମାଚାର)-ସମନ୍ୱିତ କର୍ମଜୀବୀ ସାମ୍ବାଦିକ ସଂଘ (ଓୟୁଡବ୍ଲୁ୍ୟଜେ) ପକ୍ଷରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ତଥା ଆଲୋଚନାଚକ୍ର ଅବସରରେ ବରୀର ବିଧାୟିକା ସୁନନ୍ଦା ଦାସ ମୁଖ୍ୟ ଅତିଥିରୂପେ ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକଙ୍କ କଲମ ଚାଳନା ଦ୍ୱାରା ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ବରୀ ଅଂଚଳ ଏକ ବନ୍ୟାପ୍ଳାବିତ ଅଂଚଳ, ଏହି ଅଂଚଳର ବିକାଶ ନିମନ୍ତେ ଯାଜପୁର ଜିଲ୍ଲାର ସାମ୍ବାଦିକମାନେ ତାଙ୍କର କଲମ ଚାଳନା କରି ସରକାର ତଥା ଲୋକପ୍ରତିନିଧିମାନଙ୍କୁ ସଚେତନ କରାଇବା ଏକ ନିଶ୍ଚିତ ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ନିରପେକ୍ଷ ସମ୍ବାଦ ପରିବେଷଣ କରି ସମାଜକୁ ସତ୍ୟ ସମ୍ବାଦ ଦେବା ସାମ୍ବାଦିକମାନଙ୍କର ମୂଳଲକ୍ଷ୍ୟ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବରୀ ମାଟି ଏକ ସଂଗ୍ରାମୀ ମାଟି । ଏହି ମାଟିରୁ ମାଳତୀ ଚୌଧୁରୀ ଓ ରମାଦେବୀଙ୍କ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀମାନେ ଦେଶପାଇଁ ନିଜକୁ ଉତ୍ସର୍ଗ କରିଥିବାରୁ ତାଙ୍କର ବଳିଦାନକୁ ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥିରୂପେ ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା ବରୀ ମାଟିର ବିକାଶ ନିମନ୍ତେ ଜିଲ୍ଲାର ସାମ୍ବାଦିକମାନେ ତାଙ୍କର ପ୍ରଚେଷ୍ଟା ଜାରୀ ରଖିବେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତାରୂପେ ରାଜ୍ୟ କୋଷାଧ୍ୟକ୍ଷ ଅର୍ଜ୍ଜୁନ ମୁଦୁଲୀ, ଜିଲ୍ଲା ସଭାପତି କାଶୀନାଥ ବାରିକ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଭାଟି ବାଲିଆପାଳ ବିଧାନଚନ୍ଦ୍ର ଏକାଡ଼େମୀଠାରେ ହୋଇଥିଲା । ଏଥିରେ ରାଜ୍ୟ ଯୁଗ୍ମ ସମ୍ପାଦକ ଦିଲ୍ଲୀପ ଦାସ ସଭାପତିତ୍ୱ କରି ଯାଜପୁର ଜିଲ୍ଲାର ସମସ୍ତ ସାମ୍ବାଦିକମାନେ ଏକତ୍ରିତ ହୋଇ ସମାଜର ବିକାଶରେ ଗୁଣ୍ଡୁଚିମୂଷା ପରି ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପକ୍ଷରେ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଉଦ୍ଧେଶ୍ୟରେ ମତବ୍ୟକ୍ତ କରି ଅନେକ ସାମ୍ବାଦିକ, ସାମ୍ବାଦିକ ସୁରକ୍ଷା ଆଇନ, ପେନସନ୍ ପ୍ରଦାନ ଓ ସ୍ୱାସ୍ଥ୍ୟବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ଧଳଙ୍କ ଲିଖିତ ‘ଶେଷଇଚ୍ଛା’ ପତ୍ରିକା ବିଧାୟିକା ଉନ୍ମୋଚନ କରିଥିଲେ । ଅତିଥି ପରିଚୟ ପ୍ରଦାନ ସଂଘର ସମ୍ପାଦକ ଅଭିମନୁ୍ୟ ମିଶ୍ର ପ୍ରଦାନ କରିଥିବାବେଳେ ସାମ୍ବାଦିକା ରୀନା ପଢ଼ିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ସମ୍ପାଦକ ନାରାୟଣ ଦାସ, ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ ହାତୀ, ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିମନୁ୍ୟ ମହାପାତ୍ର, ବିଜୟ ମହାରଣା, ନିହାର ସାମଲ, ସଂଘର ଉପସଭାପତି ସୁରେଶ କର, ଦୀପକ ଗୋଛାୟତ, ସୁରେନ୍ଦ୍ର ସାମଲ, ଦୀପକ ମଲ୍ଲିକ ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବରୀ ବାଇଁଶିରିଆ ଗ୍ରାମପଂଚାୟତର ସରପଂଚ ସନ୍ଧ୍ୟାରାଣୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ, ଦେବେନ୍ଦ୍ର ଦାସ, ପ୍ରଧାନଶିକ୍ଷକ ସୀତାକାନ୍ତ ପଣ୍ଡା, ନିହାରୀକା ସାମଲ, ଆନନ୍ଦ ବିଶ୍ୱାଳ, ମନୋଜ ସାହୁ, ଶିକ୍ଷକ ବିଷ୍ଣୁପଦ ତ୍ରିପାଠୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *