Thursday , August 5 2021
Breaking News
Home / ବିଶେଷ / ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ

ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ

ପାରାଦୀପ ୧୭/୦୬/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀ ସମୟରେ ନିଜ ଜୀବନକୁ ଖାତିର କରିନାହାଁନ୍ତି ଗଣତନ୍ତ୍ରର ୪ର୍ଥ ସ୍ତମ୍ବ ସାମ୍ବାଦିକ । ସକାଳୁ ରାତି ପର୍ଯ୍ୟନ୍ତ ଅବିଶ୍ରାନ୍ତ ଭାବେ ଜନସାଧାରଣଙ୍କୁ କରୋନାର ବିଭୀଷିକା ସଂପର୍କରେ ତଥ୍ୟ ପ୍ରଦାନ କରି ଚାଲିଛନ୍ତି । ସାମ୍ବାଦିକ ମାନଙ୍କର ଏହି ତ୍ୟାଗ ଓ ନିଷ୍ଠା ଦେଖି ସମ୍ବର୍ଦ୍ଧନା ଦେବା ପାଇଁ ଆଗେଇ ଆସିଥିଲେ ବନ୍ଦର ନଗରୀ ପାରାଦୀପର ଜଣେ ଯୁବ ସମାଜସେବୀ ରାକେଶ ପଟ୍ଟନାୟକ । ପାରାଦୀପର ବହୁ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସ୍ଥାନୀୟ ଥାନା ଛକ ଠାରେ ମାସ୍କ ଓ ସାନିଟାଇଜର ପ୍ରଦାନ କରି ଶ୍ରୀ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ସାମ୍ବାଦିକ ମାନେ ଏଭଳି ଭାବେ ସମାଜର ଉନ୍ନତି ନିମନ୍ତେ ଆଗେଇ ଆସିବାକୁ ସେ ନିବେଦନ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *