Tuesday , June 15 2021
Breaking News
Home / ବିଶେଷ / ସାମ୍ବାଦିକଙ୍କୁ ଏସ.ପି.ଙ୍କ ଦୁର୍ବ୍ୟବହାର ଯୋଗୁଁ ଗଣଧାରଣ।

ସାମ୍ବାଦିକଙ୍କୁ ଏସ.ପି.ଙ୍କ ଦୁର୍ବ୍ୟବହାର ଯୋଗୁଁ ଗଣଧାରଣ।

ଜୟପାଟଣା, ୨୪/୦୭/୨୦୧୯(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ସାମ୍ବାଦିକ ସଂଘ ତରଫରୁ ଗତକାଲି ତା୨୩.୦୭.୨୦୧୯ ରିଖ ମଙ୍ଗଳବାର ଦିନ ଗାନ୍ଧିଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ଚ୍ୟାନେଲର ସାମ୍ବାଦିକବନ୍ଧୁଙ୍କୁ ନେଇ ରେଲି କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ରାପଡା ଏସ୍.ପି. ନିତିଶେଖର ଙ୍କ ବିରୁଦ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବରିଷ୍ଠ ସାମ୍ବାଦିକ ତଥା ପ୍ରତ୍ୟେକ ବ୍ଳକରୁ ଆସିଥିବା ସାମ୍ବାଦିକମାନେ ଯୋଗଦାନ କରି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଏସ୍.ପି. ଙ୍କୁ ନିଲମ୍ବିତ କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ଲିଖିତ ଅଭିଯୋଗ କରିଥିଲେ । ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକ ମାନେ ଅନ୍ୟର ମଙ୍ଗଳ ଚାହିଁଥାନ୍ତି ସେହି ସାମ୍ବାଦିକଙ୍କୁ ଏସ୍.ପି. ଆଜି ଦୁର୍ବ୍ୟବହାର କରିଥିବାରୁ ତୁରନ୍ତ ଏସ୍.ପି. ଙ୍କୁ ନିଳମ୍ବିତ କରାଯାଉ ବୋଲି ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ଏହା ଗଣମାଧ୍ୟମ ପ୍ରତି ନିନ୍ଦନୀୟ ଅଟେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *