Sunday , June 13 2021
Breaking News
Home / ବିଶେଷ / ସାନନୟନପୁର ବୃଦ୍ଧା ନିଖୋଜ ଘଟଣା : ପୋଲିସ୍ ନପହଂଚିଲେ ସଂସ୍କାର କରିବାକୁ ଶବ ଛାଡ଼ବେ ନାହିଁ ବୋଲି ଗ୍ରାମବାସୀ ଅଡ଼ିବସିଲେ

ସାନନୟନପୁର ବୃଦ୍ଧା ନିଖୋଜ ଘଟଣା : ପୋଲିସ୍ ନପହଂଚିଲେ ସଂସ୍କାର କରିବାକୁ ଶବ ଛାଡ଼ବେ ନାହିଁ ବୋଲି ଗ୍ରାମବାସୀ ଅଡ଼ିବସିଲେ

ଗରଦପୁର, ୦୨/୦୯/୨୦୧୯(ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ପଂଚାୟତର ସାନନୟନପୁର ଗ୍ରାମର ରମା ଦଳେଇ ନାମକ ବୃଦ୍ଧା ଗତ ୩୦ ତାରିଖରୁ ନିଖୋଜ ଥିଲେ । ଗତକାଲି ତାଙ୍କର ମୃତଦେହ କୁଜଙ୍ଗ ନିକଟ ମହାନଦୀ ରୁ ଉଦ୍ଧାର ହୋଇଥିଲା ।  ଆଜି ଜଗତସିଂହପୁର ମେଡ଼ିକାଲ ରେ ବ୍ୟବଛେଦ ହେବା ପରେ  ଶବ ଆସି ସାନନୟନପୁର ଗ୍ରାମରେ ପହଂଚିବା ପରେ ଗ୍ରାମରେ ଉତେଜନା ପ୍ରକାଶ ପାଇଥିଲା । ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରୁଣ୍ଡ ହୋଇ ପୋଲିସ୍ ନଆସିବା ପର୍ଯ୍ୟନ୍ତ ଶବ ସଂସ୍କାର କରିବାକୁ ଦିଆଯିବ ନାହିଁ ବୋଲି ଅଡ଼ିବସିଥିଲେ ।  ପୁଅ ବୋହୁଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ସେ ନିଯେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇ ନଦୀରେ ପକାଇ ଦିଆଯାଇଛି , ତାହାର ପ୍ରକୃତ ତଦନ୍ତ କରାଯିବା ଦାବିରେ ୪ ଘଂଟା କାଳ ଶବକୁ ସଂସ୍କାର କରିବାକୁ ଛାଡ଼ିନଥିଲେ । ଖବର ପାଇ କୁଦାନଗରୀ ଫାଣ୍ଡି ଅଧିକାରୀ ମହମ୍ମଦ ଜାମସେଦ , ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ବିଜେଡ଼ି ନେତା ମିର ଗୋଲାମ ହେସେନ୍ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଫାଣ୍ଡି ଅଧିକାରୀ ପ୍ରତିଶୃତି ଦେଇଥିଲେ । ଶେଷରେ ବୃଦ୍ଧାଙ୍କ ୩ ପୁଅ ହାତଯୋଡ଼ି ମା ଙ୍କ ଶବ ସଂସ୍କାର ପାଇଁ ଗ୍ରାମବାସୀଙ୍କ ସମ୍ମୁଖରେ ଭୁଲ ମାଗି ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ । ସମସ୍ତଙ୍କ ଅନୁରୋଧ ରକ୍ଷା କରି ଗ୍ରାମର ସ୍କୁଲ ଘରେ ପୋଲିସ ଓ ସରପଂଚଙ୍କ ଉପସ୍ଥିତିରେ ଏ ବିଷୟ ଆଲୋଚନା ହେବ ବୋଲି ସ୍ଥିର ହେବା ପରେ ଶବ ସଂସ୍କାର ପାଇଁ ଗ୍ରାମବାସୀ ଛାଡ଼ିଥିଲେ ।

ଏଠାରେ ସୂଚନାଯୋଗ୍ୟ ସାନନୟନପୁର ଗ୍ରାମର ରମା ଦଳେଇ ନାମକ ବୃଦ୍ଧା ଙ୍କୁ ତାଙ୍କ ବଡ଼ପୁଅ ନିର୍ଯ୍ୟାତନା ଦେଉଥିଲା । ଗତ ୩୦ ତାରିଖରୁ ସେ ନିଖୋଜ ଥିବାନେଇ ଗ୍ରାମବାସୀ ଓ ବୃଦ୍ଧାଙ୍କ ଝିଅର ୨ ପୁଅ କୁଦାନଗରୀ ଫାଣ୍ଡିରେ ,ତଲା ଦେଇଥିଲେ । ଗତକାଲି ନିଖୋଜ ବୃଦ୍ଧାଙ୍କ ମୃତ ଦେହ କୁଜଙ୍ଗ ନିକଟ ମହାନଦୀରୁ ଉଦ୍ଧାର କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *