Wednesday , August 4 2021
Breaking News
Home / ବିଶେଷ / ସାଧାରଣରେ ଅସନ୍ତୋଷ : ପାରାଦ୍ୱୀପ ରେ ଗ୍ରାହକ ସେବା ଯୋଗାଇବାରେ  ବିଫଳ ହୋଇଛି ବିଏସଏନଏଲ

ସାଧାରଣରେ ଅସନ୍ତୋଷ : ପାରାଦ୍ୱୀପ ରେ ଗ୍ରାହକ ସେବା ଯୋଗାଇବାରେ  ବିଫଳ ହୋଇଛି ବିଏସଏନଏଲ

ପାରାଦ୍ୱୀପ ୨୬/୦୬/୨୦୨୧(ଓଡ଼ିଶା ସମାଚାର)-ବନ୍ଦର ଓ ଶିଳ୍ପ ନଗରୀ ପାରାଦ୍ୱୀପ ରେ ଦୂର ସଂଚାର ଓ ଇଂଟରନେଟ୍ ର ଗୁରୁତ୍ୱପୁର୍ଣ୍ଣ ଭୂମୀକା ରହିଛି । ପାରାଦ୍ୱୀପ ବନ୍ଦର, ବିଭିନ୍ନ ଶିଳ୍ପାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ସମେତ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ମାନେ ଏହି ଇଂଟରନେଟ୍ ସେବା ଉପରେ ନିର୍ଭରଶୀଳ । କିନ୍ତୁ ବର୍ତମାନ ପାରାଦ୍ୱୀପ ରେ ସବୁଠାରୁ ଅଧିକ ଜନସାଧାଣ ଓ ସଂସ୍ଥା ନିର୍ଭରଶୀଳ ଥିବା ଏହି ବିଏସଏନଏଲ୍  ସଂସ୍ଥା ଗ୍ରାହକ ସେବା ଯୋଗାଇବା ରେ ବିଫଳ ହୋଇଛି । ଗତ ବାତ୍ୟା ପରଠାରୁ ଓ ସଂପ୍ରତି କରୋନା ମହାମାରୀ ସମୟରେ ଅତ୍ୟାବଶ୍ୟକ ହୋଇପଥିବା ଏହି ସେବା ପାଇଁ ଗ୍ରାହକ ମାନେ ବିଏସଏନଏଲ୍ ଲ୍ୟାଣ୍ଡ ଲାଇନ ମାଧ୍ୟମରେ ଇଂଟରନେଟ୍ ସଂଯୋଗ ନେଇଛନ୍ତି । କିନ୍ତୁ ସେମାନଙ୍କର ଟେଲିଫୋନ ସଂଯୋଗ ଏକ ମାସରୁ ଉଦ୍ଧ୍ୱର୍ ସମୟ ହେବ କରାଯାଇଥିଲେ ମଧ୍ୟ ଏହା ସଠିକ୍ କାର୍ୟ୍ୟ କରୁନଥିବା ଏବଂ ଏଥିପ୍ରତି ବିଏସଏନଏଲ୍ ଅଧିକାରୀ ମାନେ ଦୃଷ୍ଟି ଦେଉନଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଏତଦବ୍ୟତୀତ ଟେଲିଫୋନ ସଂଯୋଗ ନଥାଇ ମଧ୍ୟ ଗ୍ରାହକ ମାନେ ଟେଲିଫୋନ ବିଲ୍ ପୈଠ କରୁଥିବା ମଧ୍ୟ ଅଭିଯୋଗ ହେଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ବିଦ୍ୟାଳୟ ଗୁଡିକରେ ବର୍ତମାନ ଅନଲାଇନ୍ ଶିକ୍ଷାଦାନ ଚାଲୁଥିବା ସମୟରେ ଇଂଟରନେଟ୍ ବ୍ୟାଘାତ ଯୋଗୁଁ ଛାତ୍ରଛାତ୍ରୀ ମାନେ ପାଠପଢାରୁ ବଂଚିତ ହେଉଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ପଠା ପଢାଇବା ପାଇଁ ହଇରାଣ ହରକତ ହେଉଥିବା ଜଣାଯାଇଛି । ଏତଦବ୍ୟତୀତ ବହୁଦିନ ଧରି ବିଏସଏନଏଲ୍ ଫାଇବର ସଂଯୋଗ ନେବାପାଇଁ ଧାର୍ୟ୍ୟ ପ୍ରାପ୍ୟ ପୈଠ କରିମଧ୍ୟ ନୂତନ ସଂଯୋଗ ଦୀର୍ଘଦିନ ହେବ ମିଳିପାରିନଥିବା କିଛି ଗ୍ରାହକ ଅଭିଯୋଗ କରିଛନ୍ତି । ତେବେ ଏ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଏସଏନଲ୍ କାର୍ୟ୍ୟାଳୟ ର ଜେଟିଓ ଙ୍କୁ ଯୋଗାଯୋଗ କରାଯିବାରୁ ଠିକା କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଏସବୁ ସମସ୍ୟା ସୃଷ୍ଟି ହେଉଥିବା ସେ ସୂଚନା ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *