Monday , June 14 2021
Breaking News
Home / ବିଶେଷ / ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ନର ମହାସଂଘ ତରଫରୁ କୃତଜ୍ଞତା

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ କିନ୍ନର ମହାସଂଘ ତରଫରୁ କୃତଜ୍ଞତା

ସବ୍କା ସାଥ ସବ୍କା ବିକାଶରେ କିନ୍ନରମାନଙ୍କୁ ସାମିଲ୍ କଲେ ଅପରାଜିତା
ଭୁବନେଶ୍ୱର , ୦୮/୦୮/୨୦୧୯(ଓଡ଼ିଶା ସମାଚାର)- ଅଗଷ୍ଟ ୫ ତାରିଖ ଦିନ ଲୋକସଭାରେ ବହୁ ପ୍ରତିକ୍ଷିତ କିନ୍ନରମାନଙ୍କ ପାଇଁ ଟ୍ରାନ୍ସଜେଣ୍ଡର ପର୍ସନ (ପ୍ରୋଟେକ୍ସନ ଅଫ୍ ରାଇଟ୍ସ) ବିଲ୍ ୨୦୧୯ ପାରିତ ହୋଇଯାଇଛି । ଏଥିରେ ଭାଗ ନେଇ ଭୁବନେଶ୍ୱର ଲୋକସଭା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଲେ ଯେ, ଭାରତରେ ସମସ୍ତେ ସମାନ ଅଧିକାର ନେଇ ବଂଚିବା ଏବଂ ସୋସାଇଟି କିନ୍ନରମାନଙ୍କୁ ଖରାପ ଦୃଷ୍ଟିରେ ନ ଦେଖି ଭଲ ଦୃଷ୍ଟିରେ ଦେଖିବା ଦରକାର । ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ, ଭାରତରେ ୧୯ ଲକ୍ଷରୁ ଅଧିକ ଟ୍ରାନ୍ସଜେଣ୍ଡର ଥିବାବେଳେ ଓଡ଼ିଶାରେ ପାଖାପାଖି ୫ ହଜାର କିନ୍ନରମାନେ ରହିଛନ୍ତି । ସେମାନଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ପାଇଁ ଦାବି କରିଥିଲେ । ଆହୁରି ମଧ୍ୟ କହିଥିଲେ ମାନ୍ୟବର ସୁପ୍ରିମକୋର୍ଟ ୨୦୧୪ ମସିହା ରାୟରେ ଟ୍ରାନ୍ସଜେଣ୍ଡର / ଥାର୍ଡ଼ ଜେଣ୍ଡର ଲ୍ୟାଣ୍ଡମାର୍କ କରି ରାୟ ଦେଇଛନ୍ତି ଏବଂ ଏମାନେ ମାନବିକ ଅଧିକାରରୁ ଯେଭଳି ବଂଚିତ ନହୁଅନ୍ତି । କିନ୍ନରମାନଙ୍କ ପାଇଁ ଏକ କମିଟି ଗଠନ କରାଯାଉ ଯେଉଁଥିରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଡକ୍ଟର ଆସୋସିଏସନ, କିନ୍ନର ପ୍ରତିନିଧିମାନେ ରହିବେ । ଜୀବନ ଜୀବିକା ସୁରକ୍ଷା ହେବା ମଧ୍ୟ ଦରକାର । ମାନ୍ୟବର ପ୍ରଧାନମନ୍ତ୍ରୀ ସବ୍କା ସାଥ ସବ୍କା ବିକାଶ ମାଧ୍ୟମରେ ଟ୍ରାନ୍ସଜେଣ୍ଡମାନଙ୍କୁ ସାମିଲ୍ କରିବା ସହ ଅଷ୍ଟ୍ରେଲିଆ, ଜର୍ମାନୀ, କାମ୍ବୋନିଆ ଦେଶଗୁଡ଼ିକରେ କିନ୍ନରମାନଙ୍କୁ କେଉଁଭଳି ଭାବରେ ମର୍ଯ୍ୟାଦା ଦିଆଯାଇଛି ତାହା ଉପରେ ବିଶ୍ଲେଷଣ କରିଥିଲେ । ଏହିଭଳି ଭାବରେ ଦୀର୍ଘ ୨୦ ମିନିଟ୍ରୁ ଅଧିକ ସମୟ କିନ୍ନରମାନଙ୍କ ବିଲ୍କୁ ସମର୍ଥନ କରିବା ପରେ ବିଲ୍ଟି ପାରିତ ହୋଇଥିଲା । ଏହି ବିଲ୍ ପାରିତ ହେବା ଏକ ଐତିହାସିକ ରାୟ ବୋଲି ଟିଜି ସୁରକ୍ଷା ଟ୍ରଷ୍ଟ ତରଫରୁ ସଭାପତି ମେନ୍ନକା କିନ୍ନର, ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, କିନ୍ନର ମୁଖ୍ୟଗୁରୁ ତଥା ସମ୍ପାଦକ ସୁଇଟି ସାହୁ, ସୋନମ କିନ୍ନର, କାଜଲ କିନ୍ନର, ମିଠି କିନ୍ନର, ବବି କିନ୍ନର ପ୍ରମୁଖ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀକୁ କୃତଜ୍ଞତା ଜଣାଇବା କିନ୍ନରମାନଙ୍କ ମାତା ବୋହୁଚୋରାମାତାଙ୍କ ପାଖରେ ଶ୍ରୀମତୀ ସାଂସଦଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *