Thursday , June 17 2021
Breaking News
Home / ବିଶେଷ / ସହୀଦ ଦିବସରେ “ପାରାଦୀପ ୟୁନିଟ୍ ଟ୍ରଷ୍ଟ” ପକ୍ଷରୁ ରକ୍ତଦାନ ଶିବିର

ସହୀଦ ଦିବସରେ “ପାରାଦୀପ ୟୁନିଟ୍ ଟ୍ରଷ୍ଟ” ପକ୍ଷରୁ ରକ୍ତଦାନ ଶିବିର

ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ଭାରତର ମହାନ ସ୍ୱାଧିନତା ସଂଗ୍ରାମୀ ସହୀଦ୍ ଭଗତ ସିଂହ, ସୁଖଦେବ, ରାଜଗୁରୁଙ୍କ ୯୦ତମ ସହୀଦ ଦିବସ ପରିପ୍ରେକ୍ଷୀରେ ପାରାଦୀପର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପାରାଦୀପ ୟୁନିଟ୍ ଟ୍ରଷ୍ଟ” ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଙ୍ଗଳବାର ଦିନ ମଧୁବନସ୍ଥିତ ଜିଜେଏଆଇ କଲୋନୀର ଭାଗବତ ମୈଦାନ ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପାରାଦୀପର ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଏନଏସି ପୁର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ, ଶ୍ରୀଜଗନ୍ନାଥ ଗବେଷକ ପ୍ରଫେସର ଧୃତିଧର ଦାସ, ପାରାଦୀପର ପୂର୍ବତନ ପାରିଷଦ ଶଙ୍କର ପ୍ରସାଦ ରାଉତ, ଚପଳା ସ୍ୱାଇଁ, ସୁଶୀଲ ମହାପାତ୍ର, ଜ୍ୟୋତିକାନ୍ତ ପରିଡା, ପ୍ରଭାତୀ ନାୟକ, ଆଲୋକ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ମହାନ ଦିବସରେ ପାରାଦୀପ ୟୁନିଟ ଟ୍ରଷ୍ଟର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଥିଲେ । ତେବେ କରୋନା ସଂକ୍ରମଣ କଟକଣା ମଧ୍ୟରେ ଏହି ଶିବିରରୁ ୫୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଉପଦେଷ୍ଟା ପ୍ରଶାନ୍ତ ସ୍ୱାଇଁ, ସଭାପତି ତପନ କୁମାର ସ୍ୱାଇଁ, ଉପସଭାପତି ମଳୟ ସ୍ୱାଇଁ ଓ ସୁଶାନ୍ତ ସ୍ୱାଇଁ, ନିରଂଜନ ବଳ, ଅନିଲ ନାୟକ, ଦିପକ ପରିଡା ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *