Sunday , June 20 2021
Home / ବିଶେଷ / ସହରର ତିନିମୁହାଣି ଓ ରଥଦାଣ୍ଡରେ ବେଆଇନ ଜବରଦଖଲ ଜମିକୁ ବେଦଖଲ କଲା ପ୍ରଶାସନ

ସହରର ତିନିମୁହାଣି ଓ ରଥଦାଣ୍ଡରେ ବେଆଇନ ଜବରଦଖଲ ଜମିକୁ ବେଦଖଲ କଲା ପ୍ରଶାସନ

କେନ୍ଦ୍ରାପଡା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୋରାଂଚଳ ଅନ୍ତର୍ଗତ ତିନିମୁହାଣିଛକ ଓ ଇଛାପୁର ରଥଦାଣ୍ଡରେ ବେଆଇନ ଭାବେ ସରକାରୀ ଜମି ଓ ରାସ୍ତାକୁ ଜବରଦଖଲ କରି କେବିନ ପକାଇଥିବା ଓ ଦୋକାନ କରିଥିବା ଜମିରୁ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ପୈାରସଂସ୍ଥା ପୋଲିସ ଓ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଙ୍ଗଳବାର ପୂର୍ବାହ୍ନରେ ଜେସିବି ଦ୍ୱାରା ବେଦଖଲ କରିଥିବା ଦେଖାଯାଇଛି ।  ପୂର୍ବରୁ ସେହି ବେଆଇନ ଜବରଦଖଲକାରୀଙ୍କୁ ପୈାରସଂସ୍ଥା ପକ୍ଷରୁ ସେମାନଙ୍କ ଦୋକାନ ଓ କେବିନ ଉଠାଇ ନେବାକୁ ଜଣାଇଦିଆଯାଇଥିଲେ ମଧ୍ୟ ସେମାନେ ତାହା ନକରିବାରୁ କେନ୍ଦ୍ରାପଡା ପୋରସଂସ୍ଥା କର୍ତୃପକ୍ଷ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ । କାରଣ ଏଭଳି ଅବରୋଧ ଯୋଗୁ ତିନିମୁହାଣୀଛକରେ ରାସ୍ତାରେ ଟ୍ରାଫିକ ଜାମହେବା ସମସ୍ୟା ଉପୁଜିବା ସହିତ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଥିଲା । ଆସନ୍ତା ୪ତାରିଖରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ଆରମ୍ଭ ହେବାକୁ ଥିବା ପରୀପ୍ରେକ୍ଷୀରେ ରଥଦାଣ୍ଡକୁ ଜବରଦଖଲ ମୁକ୍ତ କରାଯାଇଛି । ଟାଉନ ଥାନା ଅଧିକାରୀ ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ସେହିସବୁ ଉପରୋକ୍ତ ସ୍ଥାନ ଗୁଡିକରେ ବ୍ୟାପକ ପୋଲିସ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ବେଳେ ମ୍ୟାଜିଷ୍ଟ୍ରେଟ ଭାବେ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *