Friday , June 18 2021
Breaking News
Home / ବିଶେଷ / ସର୍ବତ ଦୋକାନ ଉପରେ ଟ୍ରକ ମାଡି ଯିବାରୁ ଜଣେ ମୃତ, ଦୁଇ ଗୁରୁତର

ସର୍ବତ ଦୋକାନ ଉପରେ ଟ୍ରକ ମାଡି ଯିବାରୁ ଜଣେ ମୃତ, ଦୁଇ ଗୁରୁତର

ସାଲେପୁର,୦୮/୦୪/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ଆଜି ମଧ୍ୟାହ୍ନ ସମୟରେ କଟକ ଚାନ୍ଦବାଲି ରାସ୍ତାର ପିରବାଜାର ତାରିଣୀ ଛକ ଠାରେ ଏକ ତେଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ସେଠାରେ ଥିବା ଏକ ସର୍ବତ ଦୋକାନ ଗୃହ ଆଡ଼କୁ ମାଡି ଯାଇଥିଲା। ଏହା ଫଳରେ ସେଠାରେ ଥିବା ଲୋକଙ୍କ ଉପରେ ଟ୍ରକ୍ ଟି ମାଡ଼ିଯାଇଥିଲା।ଥଣ୍ଡା ଦୋକାନ ହୋଇଥିବାରୁ ଖରାଦାଉରୁ ରକ୍ଷାପାଇବା ପାଇଁ ବାଟୋଇମାନେ ଥଣ୍ଡା ପାନୀୟ ପିଇବା ପାଇଁ ଓହ୍ଲେଇଥାନ୍ତି,ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ଆଉ ଦୁଇଜଣଙ୍କ ଅବସ୍ଥାଗୁରୁତରହୋଇଛି ।ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ , ଯେହେତୁ ସେ ଜଣେ ବାଟୋଇ ଥିଲେ । ଘଟଣା ସ୍ଥଳେରେ ଜଗତପୁର ପୋଲିସ ଓ ଫାୟାର ଗାଡ଼ି ପହଞ୍ଚି ଗୁରୁତରଙ୍କୁ କଟକ ବଡ଼ମେଡ଼ିକାଲ କୁ ପଠାଇ ଗାଡିଟିକୁ ଜବତ କରିବା ସହିତ ସେଠାରେ ଦେଖା ଯାଇଥିବା ପ୍ରବଳ ଉତେଜନା କୁ ନିୟନ୍ତ୍ରିତ କରିଛି।ଓଡ଼ିଶା ସମାଚାର

 

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *