Sunday , June 20 2021
Home / ତାଜା ଖବର / ସର୍ପାଘାତରେ ଯୁବକ ମୃତ

ସର୍ପାଘାତରେ ଯୁବକ ମୃତ

ତାରପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ସୋମବାର ରାତିରେ ରଘୁନାଥପୁର ବ୍ଲକ୍ ଛପଡ଼ା ପଂଚାୟତ ଜଇପୁର ଗ୍ରାମର ଜନୈକ ଯୁବକଙ୍କର ସର୍ପାଘାତରେ ମୃତ୍ୟୁ ହୋଇଛି ।  ଯୁବକ ଜଣକ ହେଲେ ସେହି ଗ୍ରାମର ସୁବାସ ସ୍ୱାଇଁଙ୍କ ପୁଅ ସରୋଜ ସ୍ୱାଇଁ (୨୨) । ସରୋଜ ଜଇପୁର ଛକରେ ଥିବା ନିଜ ପରିବା ଦୋକାନ ବନ୍ଦ କରିବା ପାଇଁ ରାତି ୧୦ ରେ ବାହାରେ ଥିବା ସାମଗ୍ରୀ ଉଠାଉଥିଲେ । ଏହି ସମୟରେ ଏକ ବିଷାକ୍ତ ସାପ ସରୋଜଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା । କୌଣସିମତେ ସେ ଗୋରଖନାଥ ପୀଠକୁ ଯାଇ ପ୍ରଭୁଙ୍କ ଶରଣାପନ୍ନ ହେବା ସହ ବିଭୁତି ପାଇ ଘରକୁ ଫେରିଥିଲେ । କିଛି ସମୟ ପରେ ତାଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ପରିବାର ଲୋକ ତାଙ୍କୁ ଜଗତସିଂହପୁର ମେଡ଼ିକାଲ ନେଇଥିଲେ । ସେଠାରେ ଚିକିତ୍ସା ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ଶବ ବ୍ୟବଛେଦ ପରେ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପରିବାର ପୋଷୁଥିବା ପୁଅକୁ ହରାଇ ମାତା ପିତା ଅଧର୍ଯ୍ୟ ହେଉଥିବାବେଳେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *