Tuesday , August 3 2021
Breaking News
Home / ବିଶେଷ / ସରିଲା ଲକ୍ଷ୍ମୀ ପୂଜା ମହୋତ୍ସବ, ୨୦ମୁରବୀଙ୍କୁ ସମ୍ବର୍ଦ୍ଧନା

ସରିଲା ଲକ୍ଷ୍ମୀ ପୂଜା ମହୋତ୍ସବ, ୨୦ମୁରବୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଭୀମଟାଙ୍ଗୀ ଫେଜ୍ ୧ରେ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ମହୋତ୍ସବ ଓ କୁମାର ଉତ୍ସବ-୨୦୧୯ ଶେଷ ହୋଇଛି । ଏହି ଅବସରରେ ସ୍ଥାନୀୟ ଅଂଚଳ ଉନ୍ନତିକରଣ ତଥା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ଜଣ ମୁରବୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । କମିଟିର ସଭାପତି ପ୍ରତାପ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ସେମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଓ କମିଟିର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତଥିଲେ । ଶେଷରେ ସମ୍ପାଦକ ଜ୍ଞାନ ରଞ୍ଜନ ଚୌଧୁରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାନବାଧିକାର କମିଶନଙ୍କୁ ଦାବିପତ୍ର ଦେଲେ  ଆକ୍ରମଣର ଶିକାର ଆନ୍ଦୋଳନକାରୀ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ପଂଚାୟତରେ ମନରେଗା ଯୋଜନାରେ  ହୋଇଥିବା ଅର୍ଥ ବାଟମାରଣା, ତୋଷାରପାତ ଓ ବ୍ୟାପକ …

Leave a Reply

Your email address will not be published. Required fields are marked *