Wednesday , June 23 2021
Breaking News
Home / କୃଷି /  ସରକାରୀ ଧାନ ବିହନ ଉପରେ ଚାଷୀ ନିର୍ଭର ଶିଳ
paddy rice seed in a Burlap sack.

 ସରକାରୀ ଧାନ ବିହନ ଉପରେ ଚାଷୀ ନିର୍ଭର ଶିଳ

ପାଟକୁରା ୨୨/୦୬/୨୦୧୯ (ଓଡ଼ିଶା ସମାଚାର)-  ଦିନକୁ ଦିନ ପାରମ୍ପାରିକ ବିହନ ହ୍ରାସ ପାଉଥିବାରୁ ଚାଷୀ ସରକାରୀ ଧାନ ବିହନ ଉପରେ ନିର୍ଭର କରିବାକୁ ପଡୁଛି । ଏପରିସ୍ଥଳେ ଚଳିତ ବଷଁ ଦୁର୍ବଳ ମୌସୁମୀକୁ ନେଇ ଚାଷୀ ମହଲ ଆଶଙ୍କିତ ହୋଇପଡିଛନ୍ତି । ଲୋକେ ଏବେ ପାରମ୍ପାରିକ ଧାନଚାଷ କରିବାକୁ ଆଉ ପୂର୍ବ ଭଳି ଆଗ୍ରହ ପ୍ରକାଶ ନ କରି ବ୍ୟବସାୟ କରିବା ଏବଂ ବାହାର ରାଜ୍ୟକୁ ଯାଇ ଅଧିକ ଦି ପଇସା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି । ଏବେ ଚାଷ ଓ ଚାଷୀଙ୍କର ସଂଜ୍ଞା ବଦଳିଯିବା ପରେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଲଙ୍ଗଳ, ଯୁଆଳି, ବଳଦ, ମହି, ବିହନ ଆଦି ଦିନକୁ ଦିନ ଲୁଚିଯିବାକୁ ବସିଲାଣି । ଧାନ ଅମଳ ହେବା ପରେ ଚାଷୀ ପ୍ରଥମେ ବିହନ ଧାନକୁ ଅଲଗା କରି ରଖନ୍ତି । ପରେ ଅବଶିଷ୍ଟ ଧାନକୁ ଖାଦ୍ୟ ଉପଯୋଗୀ  କରାଇବା ଓ ବିକ୍ରୟ ଉଦ୍ଦେଶ୍ୟରେ ରଖନ୍ତି । ଏବେ କିନ୍ତୁ ପ୍ରଥା ପରମ୍ପରା ବଦଳି ଗଲାଣି । ଚାଷୀ ରଖୁଥିବା ପାରମ୍ପାରିକ ବିହନ ବଦଳରେ ଏବେ ଚାଷୀମାନେ ଅଧିକ ଅମଳକ୍ଷମ ଧାନ ବିହନ କ୍ରୟ କରି ବ୍ୟବହାର କରୁଛନ୍ତି । ଚଳିତ ବର୍ଷ ପାଇଁ ରାଜ୍ୟରେ ଏବେ ମୌସୁମି ଆସି ପହଂଚିଥିଲେ ମଧ୍ୟ ସମସ୍ତ ସ୍ଥାନମାନଙ୍କରେ ବର୍ଷା ହୋଇ ପାରି ନାହିଁ । କେତେକ ଚାଷୀମାନେ ଜମିରେ ବୁଣିଥିବା ଖରାଟିଆ ଧାନ ବିହନ ବର୍ଷା ଅଭାବରୁ ଗଜା ହୋଇ ପାରି ନାହିଁ । ଏପରିସ୍ଥଳେ ଚାଷୀ ଏବେ ବିହନ ବିକ୍ରୟ କେନ୍ଦ୍ରମାନଙ୍କରୁ ଅଧିକ ଅମଳକ୍ଷମ ଧାନ ବିହନ ସଂଗ୍ରୟ କରୁଥିବାର ଦେଖାଯାଉଛି । ସରକାରଙ୍କ ପକ୍ଷରୁ ବିଭିନ୍ନ ବିହନ ବିକ୍ରୟ କେନ୍ଦ୍ରମାନଙ୍କରେ ସ୍ୱର୍ଣ୍ଣ, ପୂଜା, ପ୍ରତିକ୍ଷା, ଶାରଳା ଓ୧୦୧୮ଭଳି ଅଧିକ ଅମଳକ୍ଷମ ଧାନ ବିହନ ଯୋଗାଇ ଦେଉଛନ୍ତି । ତେବେ ଏହି ବିହନ ମଧ୍ୟରୁ ଚାଷୀ ଏହି ଅଞ୍ଚଳ ପାଇଁ ଅଧିକ ଭାବରେ ସ୍ୱର୍ଣ୍ଣ-ସବ୍-୧,ଖଣ୍ଡଗିରି ଓ ପୂଜା ଆଦି ଅଧିକ ଅମଳକ୍ଷମ ଧାନ ବିହନକୁ ପସନ୍ଦ କରୁଛନ୍ତି ।  କେତେକ ଚାଷୀମାନେ ଖାଲ ପାଟ ଜମି ପାଇଁ ପାରମ୍ପାରିକ ଧାନ ବିହନକୁ ଖୋଜୁଥିଲେ ମଧ୍ୟ ତାହା ପାଇ ପାରୁ ନାହାଁନ୍ତି । ପ୍ରଶାସନ ପକ୍ଷରୁ ଏହି ପ୍ରକାର ବିହନ ଯୋଗାଣ କରାଯାଉ ନ ଥିବାର ଜନୈକ କୃଷି ବିଭାଗର କର୍ମଚାରୀ ପ୍ରକାଶ କରିଛନ୍ତି । ଅଞ୍ଚଳରେ ଥିବା ଅନ୍ୟ କେତେକ ମଧ୍ୟମ ଧରଣର ଜମି ପାଇଁ ମୋତି ଓ ଧୋୟାଞ୍ଚଳ ପାଇଁ ଲଲାଟ , ଖଣ୍ଡଗିରି ଭଳି ବିହନର ଆବଶ୍ୟକତା ରହିଥିବାବେଳେ,ଏ ପର୍ଯ୍ୟନ୍ତ ଚାଷୀ ତାହା ପାଇ ପାରି ନାହାଁନ୍ତି । ଏବେ ବିହନ ବିକ୍ରୟ କରାଯାଉ ଥିବା କେନ୍ଦ୍ରମାନଙ୍କରେ ବିହନ ନେବା ପାଇଁ ଚାଷୀମାନଙ୍କର ଭିଡ ଲାଗି ରହିଥିବା ଦେଖାଯାଉଥିବାବେଳେ,ବିଳମ୍ବିତ ମୌସୁମୀ ଯୋଗୁଁ ଚାଷୀ ଏକ ପ୍ରକାର ଆଶଙ୍କିତ ଅବସ୍ଥାରେ ରହିଥିବାର ଜଣାଯାଇଛି । ଅଂଚଳରେ ରହିଥବା ଉଠା ଜଳସେଚନ ପଏଂଟଗୁଡିକୁ କାର୍ଯ୍ୟକ୍ଷମ କରାଇବା ପାଇଁ ଅନେକ ଚାଷୀମାନେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *