Thursday , June 17 2021
Home / ବିଶେଷ / ସରକାରଙ୍କ ୫ ଟିକୁ ପ୍ରଶାସନର ଫୋକସ୍ : ଗାଁ ବୁଲିବେ ୮ ଜିଲାସ୍ତରୀୟ ଅଧିକାରୀ

ସରକାରଙ୍କ ୫ ଟିକୁ ପ୍ରଶାସନର ଫୋକସ୍ : ଗାଁ ବୁଲିବେ ୮ ଜିଲାସ୍ତରୀୟ ଅଧିକାରୀ

ଭଦ୍ରକ, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟ ଶାସନ ବ୍ୟବସ୍ଥାକୁ ଅଧିକ ଜନପ୍ରିୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମନ୍ତ୍ରକୁ ସରକାର ଫୋକସ୍ କରିଛନ୍ତି । ବିଶେଷକରି ସରକାରଙ୍କ ବିଭିନ୍ନ ଦାରିଦ୍ର‌୍ୟ ଦୂରୀକରଣ ଓ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଗ୍ରାମାଂଚଳ ଓ ସହରାଂଚଳରେ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ହିତାଧିକାରୀ ଏହି ଯୋଜନାରେ ଉପକୃତ ହେଉଛନ୍ତି କି ନାହିଁ ଅନ୍ୟପକ୍ଷରେ କେଉଁ କାରଣରୁ ଯୋଜନା ଗୁଡିକ ହିତାଧିକାରୀଙ୍କ ନିକଟରେ ପହଂଚି ପାରୁନାହିଁ ସେ ସଂପର୍କରେ ସବିଶେଷ ପକ୍ଷ ସଂଗ୍ରହ ପାଇଁ ପ୍ରଶାସନ ତରଫରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶ ନାମାରେ ସରକାରଙ୍କ ୫ ‘ଟି’ ର କାର୍ଯ୍ୟକାରିତା ନେଇ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଗୁରୁ ଦାୟିତ୍ୱ ଦିଆଯାଇଛି । ଏହି ଦାୟିତ୍ୱକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲାପାଳ ଜ୍ଞାନ ଦାସ ଅଧିକାରୀମାନଙ୍କୁ ସତର୍କ କରିଛନ୍ତିି । ନିର୍ଦ୍ଦେଶ ନାମାର ସୂଚନା ଅନୁଯାୟୀ, ଜିଲାସ୍ତରୀୟ ଅଧିକାରୀମାନେ ମାସର ପ୍ରତି ସପ୍ତାହରେ ବ୍ଲକ୍ ଓ ସହରାଂଚଳ ଗସ୍ତକରି ସରକାରଙ୍କ ଏହି ସବୁ ଯୋଜନାର ସଫଳତା ଓ ବିଫଳତା ସଂପର୍କରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହାବ୍ୟତୀତ ସଂପୃକ୍ତ ଅଂଚଳର ଜନସାଧାରଣ ବା ହିତାଧିକାରୀ ସହ ମତ ବିନିମୟ କରିବେ । ଅନ୍ୟପକ୍ଷରେ ଯୋଜନାର ବିଫଳତାର କାରଣ ସଂପର୍କରେ ଅନୁଧ୍ୟାନ କରିବେ । ବିଶେଷକରି ଗ୍ରାମାଂଚଳରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା, ଗ୍ରାମ ବିଦ୍ୟୁତ୍ ସଂଯୋଗ, ଗ୍ରାମାଂଚଳର ବାସଗୃହ ଯୋଜନା, ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି, ଜୀବନ ଜୀବିକା ମିଶନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ମମତା, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ମିଶନ ଶକ୍ତି, ବସୁନ୍ଧରା, ନାମଜାରୀ ମାମଲା, ତହସିଲ ସାର୍ଟିଫିକେଟ୍ ସହ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭ । ପ୍ରଦାନ ବ୍ୟବସ୍ଥା ଭଳି ଅନ୍ୟାନ୍ୟ ଯୋଜନା ଗୁଡିକର କାର୍ଯ୍ୟକାରିତା ସଂପର୍କରେ ଅଧିକାରୀ ଅନୁଧ୍ୟାନ କରିବେ । ପ୍ରତି ମାସର ଚତୁର୍ଥ ଶନିବାରରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏ ସଂପର୍କିତ ବୈଠକରେ ସଂପୃକ୍ତ ଅଧିକାରୀମାନେ ସେମାନଙ୍କ କ୍ଷେତ୍ରୀୟ ତଦନ୍ତ ରିପୋର୍ଟ ଉପସ୍ଥାପନା କରିବା ସହ ଅଭାବ ଅସୁବିଧା ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଅତିରିକ୍ତ ଜିଲାପାଳଙ୍କୁ ଏହି କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ଭାବେ ଅବସ୍ଥାପିତ କରାଯାଇଛି । ଜିଲାପାଳଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ୮ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଅତିରିକ୍ତ ପିଡି ଡିଆରଡିଏ ମନୋରମା ଭୂୟାଁଙ୍କୁ ଜୁଲାଇ ମାସର ପ୍ରଥମ ସପ୍ତାହରେ ଭଦ୍ରକ ପୌରପାଳିକା, ଦ୍ୱିତୀୟ ସପ୍ତାହରେ ବାସୁଦେବପୁର ପୌରପାଳିକା, ତୃତୀୟ ସପ୍ତାହରେ ଚାନ୍ଦବାଲି ଏନ୍ଏସି ଓ ଚତୁର୍ଥ ସପ୍ତାହରେ ଧାମନଗର ଏନ୍ଏସି ଗସ୍ତ ପାଇଁ ନିର୍ଦ୍ଦେଶ ରହିଛି । ସେହିପରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେଉରୀଙ୍କୁ ଧାମନଗର, ବନ୍ତ, ଚାନ୍ଦବାଲି, ତିହିଡି, ଜିଲା ମଙ୍ଗଳ ଅଧିକାରୀ ଜୟନ୍ତ କୁମାର ଜେନାଙ୍କୁ ଭଣ୍ଡାରିପୋଖରୀ, ଧାମନଗର, ଭଦ୍ରକ, ଚାନ୍ଦବାଲି, ଜିଲା ଜମିଗ୍ରହଣ ଅଧିକାରୀ କାର୍ତିକନାଥ ମଣ୍ଡଳଙ୍କୁ ବାସୁଦେବପୁର, ତିହିଡି, ଧାମନଗର, ବନ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଡିଏଫ୍ଓ ସନ୍ତୋଷ କୁମାର ଦଳାଇଙ୍କୁ ଚାନ୍ଦବାଲି, ବାସୁଦେବପୁର, ତିହିଡି, ଭଦ୍ରକ, ଜିଲା ଯୋଗାଣ ଅଧିକାରୀ ମୀର ରାଜା ଅଲ୍ଲୀଙ୍କୁ ବନ୍ତ, ଚାନ୍ଦବାଲି, ଭଣ୍ଡାରିପୋଖରୀ, ଧାମନଗର, ଜିଲା ସମାଜ ମଂଗଳ ଅଧିକାରିଣୀ ଆଶାଲତା ମହାନ୍ତିଙ୍କୁ ଭଣ୍ଡାରିପୋଖରୀ, ବନ୍ତ, ବାସୁଦେବପୁର ଦାୟିତ୍ୱ ଦିଆଯାଇଥିବାବେଳେ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କୁ ତିହିଡି, ଭଦ୍ରକ, ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକ୍ ଗସ୍ତପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

କଟକ ଅର୍ବାନ ପୁଲିସ କୁ ବଡ଼ ସଫଳତା – ୪ ଅପରାଧୀ ଗିରଫ , ୧୧ ଟି ବନ୍ଧୁକ ଓ ୫୧ଟି ଗୁଳି ଜବତ

କଟକ, ୧୬/୦୬/୨୦୨୧(ଓଡ଼ିଶା ସମାଚାର / ଦେବାଶିଷ ରଥ)- ପ୍ରାୟୋଜିତ ଅପରାଧ ଉପରେ ଅଂକୁଶ ଲଗାଇବା ପାଇଁ କଟକ ଡିସିପି ପ୍ରତୀକ …

Leave a Reply

Your email address will not be published. Required fields are marked *