Sunday , August 1 2021
Breaking News
Home / ବିଶେଷ / ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ଆଗୁଆ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାର ଙ୍କ ଆଗୁଆ ପ୍ରସ୍ତୁତି

ଭୁବନେଶ୍ୱର,୨୦/୦୫/୨୦୨୧(ଓଡ଼ିଶା ସମାଚାର)- ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ସମ୍ଭାବ୍ୟ ବାତ୍ୟା ‘ୟସ’ ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଆଇଏମଡି ଅଧିକାରୀ ଓ ବିଭିନ୍ନ ବିଭାଗ ସଚିବଙ୍କ ସହ ସ୍ୱତନ୍ତ୍ର ରିଲିଫ କମିଶନର ଆଲୋଚନା କରିଛନ୍ତି । ଏହି ସମ୍ଭାବ୍ୟ ବାତ୍ୟା ‘ୟସ’ କୁ କେମିତି ମୁକାବିଲା କରାଯିବ ସେନେଇ ଆଲୋଚନା କରିବା ସହ ପ୍ରସ୍ତୁତ ରହିବାକୁ ଓ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ମୁକାବିଲା ପାଇଁ ଗତକାଲି ମଧ୍ୟ ଓଡ୍ରାଫ୍, ଏନଡିଆଏଫ୍, ଓଡ଼ିଶା ପୁଲିସ ଓ ପାଣିପାଗ ବିଭାଗର ଅଧିକାରୀଙ୍କ ସହ ଏସଆରସି ଆଲୋଚନା କରିଥିଲେ । ଏଥିସହ ଜିଲ୍ଲାପାଳମାନଙ୍କ ସହ ବି ଆଲୋଚନା କରିଥିଲେ ଓ ୧୦ଟି ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *