Wednesday , June 23 2021
Breaking News
Home / ଶିକ୍ଷା / ସମ୍ଭାଗ ଘୋଷ ପ୍ରଶିକ୍ଷଣ ଶିବିର ଉଦଯାପିତ

ସମ୍ଭାଗ ଘୋଷ ପ୍ରଶିକ୍ଷଣ ଶିବିର ଉଦଯାପିତ

ନିଆଳୀ, ୨୨/୦୮/୨୦୧୯(ଓଡ଼ିଶା ସମାଚାର)- ନିଆଳୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ଚଳିତ ମାସ ୧୬,୧୭,୧୮ ତାରିଖ ତିନିଦିନଧରି ଘୋଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଶିବିରକୁ ନିଆଳୀ ବ୍ଲକ ଅଧ୍ୟକ୍ଷା କଳ୍ପନା ପାଣି ଉଦଘାଟନ କରିଥିଲେ । ସଭାପତି କୈଳାସ ଚନ୍ଦ୍ର ସୁର, ସମ୍ପାଦକ ସୌରଭ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦିତୀୟ ଦିବସରେ ନିଆଳୀ ଥାନା ଆଇଆଇସି ବିଜୟ କୁମାର ମଲ୍ଳିକ ସଂଭାଗ ଘୋଷ ପ୍ରମୁଖ ଅକ୍ଷୟକୁମାର ସ୍ୱାଇଁ ବାଦ୍ୟ ଯନ୍ତ୍ର ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ । ୩ୟ ଦିବସ ତଥା ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଚିନ୍ମୟ ଦାସ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଧିରେନ କୁମାର ମିଶ୍ର, ସମ୍ମାନୀତ ଅତିଥି ସଙ୍କୁଳ ପ୍ରମୁଖ ଧରଣୀଧର ଶତପଥି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କେ ଆଲୋକପାତ କରିଥିଲେ । ଉକ୍ତ ପ୍ରଶିିକ୍ଷଣ ବର୍ଗକୁ ବିଭୂତିଭୂଶଣ ପାଇକରାୟ କଟକ ବିଭାଗ ନିରିକ୍ଷକ କ୍ଷେତ୍ର ମୋହନ ଦାସ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନରେ ପ୍ରଧାନ ଆଚାର୍ଯ୍ୟ ପରିଚାଳନା କରିଥିବାବେଳେ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବୀକା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଐକ୍ୟବଦ୍ଧ ସଂଗ୍ରାମ ଲୋଡା 

କେନ୍ଦ୍ରାପଡ଼ା, ୦୫/୦୬/୨୦୨୧(ଓଡ଼ିଶା ସମାଚାର)- ଶିକ୍ଷକ ଆନ୍ଦୋଳନର ଅପ୍ରତିଦ୍ୱନ୍ଦୀ ଯୋଦ୍ଧା ସ୍ୱର୍ଗତ ଅବନୀ ବରାଳଙ୍କ ପାଇଁ ଶିକ୍ଷକମାନେ ପାଇ ପାରିଥିଲେ ନିଜର …

Leave a Reply

Your email address will not be published. Required fields are marked *