Wednesday , June 23 2021
Breaking News
Home / ବିଶେଷ / ସମ୍ବଲପୁର ଜିଲ୍ଲା ରେଡକ୍ରସ୍ ପୁରସ୍କୃତ

ସମ୍ବଲପୁର ଜିଲ୍ଲା ରେଡକ୍ରସ୍ ପୁରସ୍କୃତ

ସମ୍ବଲପୁର, ୨୩/୦୬/୨୦୧୯ (ଓଡ଼ିଶା ସମାଚାର)- ରାଜ୍ୟପାଳ ତଥା ରାଜ୍ୟ ରେଡ୍କ୍ରସ୍ ସମିତିର ଅଧ୍ୟକ୍ଷ ପ୍ରଫେସର ଗଣେଶୀଲାଲ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ୍କୁ ପୁରସ୍କୃତ କରିଛନ୍ତି । ସମ୍ବଲପୁର ଜିଲ୍ଲା ରେଡ୍କ୍ରସ୍କୁ ସାମାଜିକ କାର୍ଯ୍ୟ ପାଇଁ ପ୍ରଥମ ଓ ପାଣ୍ଠି ସଂଗ୍ରହ ପାଇଁ ଦ୍ୱିତୀୟ ପୁରସ୍କାର ମିଳିଛି । ରାଜଭବନରେ ଅନୁଷ୍ଠିତ ରାଜ୍ୟ ରେଡ୍କ୍ରସ୍ର ବାର୍ଷିକ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ରେଡ୍କ୍ରସ୍ ଅଧ୍ୟକ୍ଷ ଶୁଭମ୍ ସାକ୍ସେନାଙ୍କୁ ଉପରୋକ୍ତ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ କଲେକ୍ଟୋରେଟ୍ରେ ଆୟୋଜିତ ସଂକ୍ଷିପ୍ତ ସମାରୋହରେ ଜିଲ୍ଲାପାଳ ଶ୍ରୀ ସାକ୍ସେନାଙ୍କୁ ଅତିରିକ୍ତ ଜିଲ୍ଲାପାଳ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ରେଡ୍କ୍ରସ୍ର ସମ୍ପାଦକ ଜୟ ଜର୍ଜ, ମହୁଲପାଲି କସ୍ତୁରବା ଗାନ୍ଧୀ ସ୍କୁଲର ପ୍ରଧାନ ଶିକ୍ଷକ କୁଳଧର ପ୍ରଧାନ, ରେଡ୍କ୍ରସ୍ ଓ ସମ୍ବଲ ଅନୁଷ୍ଠାନର ସ୍ୱେଚ୍ଛାସେବୀ ସମ୍ବର୍ଦ୍ଧିତ କରିଥିଲେ । ଦଳଗତ ପ୍ରଚେଷ୍ଟା ପାଇଁ ଜିଲ୍ଲା ରେଡ୍କ୍ରସ୍କୁ ଏହି ସମ୍ମାନ ମିଳିଥିବା ଜିଲ୍ଲାପାଳ ଶ୍ରୀ ସାକ୍ସେନା ମତ ଦେବା ସହ ପୂର୍ବ ଭଳି ଜିଲ୍ଲା ରେଡ଼କ୍ରସ୍ ସେବା କାର୍ଯ୍ୟରେ ସକ୍ରିୟ ରହିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *