Friday , June 18 2021
Breaking News
Home / ତାଜା ଖବର / ସମୁଦ୍ର କୂଳରୁ ଅଚିହ୍ନା ଶବ ଉଦ୍ଧାର : ବିଦେଶୀ ଜାହାଜ କର୍ମଚାରୀ  ସନ୍ଦେହ

ସମୁଦ୍ର କୂଳରୁ ଅଚିହ୍ନା ଶବ ଉଦ୍ଧାର : ବିଦେଶୀ ଜାହାଜ କର୍ମଚାରୀ  ସନ୍ଦେହ

ପାରାଦ୍ୱୀପ ୩୧/୦୮/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପସ୍ଥିତ ହନୁମାନ ମନ୍ଦିର ନିକଟସ୍ଥ ସମୁଦ୍ରକୂଳରୁ ଶନିବାର ଦିନ ସକାଳେ ଏକ ଅଚିହ୍ନା ମୃତ ଦେହ ଉଦ୍ଧାର ହୋଇଛି । ଖବର ପାଇ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ପାରାଦ୍ୱୀପ  ବନ୍ଦର ଚିକିତ୍ସାଳୟ ଶବାଗାରରେ ରଖିଥିବା  ଜଣାପଡିଛି  । ଜଟାଧାରୀ ମୁହାଣ ଥାନା ଅଧିକାରୀ ଭରତ ଚନ୍ଦ୍ର ବେହେରାଙ୍କ  ସୂତ୍ରରୁ ପ୍ରକାଶ ଯେ, ଏକ ଅଚିହ୍ନା ଶବ ସମୁଦ୍ର କୂଳରେ  ପଡିଥିବା ସୂଚନା ମିଳିବା ପରେ ପୋଲିସ ଏହାକୁ ଉଦ୍ଧାର କରିଛି । ମୃତକଙ୍କ  କୌଣସି ପରିଚୟ ମିଳିନାହିଁ । ଏହା କେହି ବିଦେଶୀ  ଜାହାଜର କର୍ମଚାରୀ  ବୋଲି ସନ୍ଦେହ କରାଯାଉଛି । ରିପୋଟ ଲେଖାହେବା ବେଳକୁ ଶବ ସମ୍ପର୍କରେ କୌଣସି ସିପିଙ୍ଗ ଏଜେଂଟ କିମ୍ବା କୌଣସି ଜାହାଜ ପକ୍ଷରୁ ଥାନାରୁ ସୂଚନା ଦିଆଯାଇନଥିବା ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *