Sunday , June 13 2021
Breaking News
Home / ବିଶେଷ / ସମାଜସେବୀ ରସାନନ୍ଦଙ୍କ ମାନବୀୟ କାର୍ୟ୍ୟ

ସମାଜସେବୀ ରସାନନ୍ଦଙ୍କ ମାନବୀୟ କାର୍ୟ୍ୟ

କଟକ, ୨୫/୦୪/୨୦୨୧(ଓଡ଼ିଶା ସମାଚାର)- କରୋନା ମହାମାରୀର ଦ୍ୱିତୀୟ ଲହରୀ ପୁଣି ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ରୋଗ ନିରାକରଣ ଠାରୁ ନିବାରଣ ସର୍ବାଦୌ ସ୍ପୃହଣୀୟ ନ୍ୟାୟରେ ଏହି ମହାମାରୀ କବଳରୁ କିପରି ମାନବ ସମାଜକୁ ରକ୍ଷା କରିହେବ ତଥା କରୋନା ସଂକ୍ରମଣ ରୋକିବା ଦିଗରେ ସମସ୍ତ ଜନସଚେତନତା ଓ ଏହାର ପାଳନ ଉପରେ ପୂର୍ଣ୍ଣ ଗୁରୁତ୍ୱଦେଇ କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ଗ୍ରାମର ଉଦିୟମାନ ଯୁବସମାଜସେବୀ ରସାନନ୍ଦ ବେହେରା ସ୍ଥାନୀୟ ମିର୍ଜାଇପୁର ଏବଂ ଆଖପାଖ ଅଂଚଳ ସହଯୋଗୀ ମଙ୍ଗରାଜ ସେଠୀ ଓ ସଂଜୟ ପଟ୍ଟନାୟକଙ୍କ ସହ ବୁଲି ମାଇକ୍ରୋଫୋନ ଯୋଗେ ସଚେତନତାର ବାର୍ତା ପ୍ରଚାର କରିଚାଲିଛନ୍ତି ଏବଂ ଏହି ଅଭିଯାନ ସମଗ୍ର ବୟାଳିଶମୌଜାର ବିଭିନ୍ନ ଅଞ୍ଚଳରେ କରାଯିବାର ବ୍ୟବସ୍ଥା ରହିଛି । ସୂଚନାଥାଉକି ସୋଚ ବୟାଳିଶମୌଜା ସାମାଜିକ ସଂଗଠନର ଆବାହକ ତଥା କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ସକ୍ରିୟ ସଦସ୍ୟ ସମାଜସେବୀ ରସାନନ୍ଦ ଗତବର୍ଷ ବୟାଳିଶମୌଜାର ୬ଟି ପଂଚୟତରେ ସଚେତନତାର ବାର୍ତା ପ୍ରଚାର କରିବାସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦିବ୍ୟାଙ୍ଗ ପିଲାମାନଙ୍କ ଜନ୍ମଦିନ ପାଳନକରି ସେମାନଙ୍କ ମୁହଁରେ ହସଫୁଟାଇ ଶୋଭନୀୟତାର ଝଙ୍କାର ସୃଷ୍ଟି କରିବାସହ ବାସ୍ତବ ମାନବୀୟ ଗୁଣର ପରିଚୟ ଦେଇଛନ୍ତି ଯାହାକି ଉଚ୍ଚ ପ୍ରଶଂସନୀୟ । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ମଦ ବେପାରୀ ଓ ଗାଡି ଚାଳକଙ୍କ ନାମରେ ମାମଲା

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ କୋଭିଡ ନିୟମ ଉଲ୍ଲଙ୍ଘନ କରି ରାସ୍ତା ଉପରେ ଗାଡି ରଖି ବହୁ ଲୋକଙ୍କୁ …

Leave a Reply

Your email address will not be published. Required fields are marked *