Tuesday , June 15 2021
Breaking News
Home / ବିଶେଷ / ସମାଜସେବୀ ତଥା କ୍ରୀଡ଼ାପ୍ରେମୀ ନକୁଳ ଜେନାଙ୍କ ଦେହାନ୍ତ

ସମାଜସେବୀ ତଥା କ୍ରୀଡ଼ାପ୍ରେମୀ ନକୁଳ ଜେନାଙ୍କ ଦେହାନ୍ତ

ନିରାକାରପୁର, ୦୪/୦୮/୨୦୧୯ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଗ୍ରାମର ସମାଜସେବୀ ତଥା କ୍ରୀଡ଼ାପ୍ରେମୀ ନକୁଳ ଜେନାଙ୍କର ୬୩ ବର୍ଷ ବୟସରେ ଶନିବାର ଦିନ ପରୋଲକ ଘଟିଛି । ସେ ଜଣେ ମିଷ୍ଟଭାଷୀ,ମେଳାପୀ ଧର୍ମପରାୟଣ ବ୍ୟକ୍ତିଥିଲେ । ତାଙ୍କ ମୃତ୍ୟୁରେ ନିରାକାରପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନକୁଳ ଜେନା ଜଣେ କ୍ରୀଡ଼ାପ୍ରେମୀ ହିସାବରେ ବେଶ ଜଣାଶୁଣା । ସେ ନିରାକାରପୁର ସଖାସଂଘ କ୍ରୀଡ଼ା ସଂସଦର ପୂର୍ବତନ ଉପସଭାପତି ଥିବାବେଳେ ବର୍ତମାନ ଉପଦେଷ୍ଟାଭାବେ କାର୍ଯ୍ୟ କରୁଥିଲେ । ସେହିପରି ତାଙ୍କର ମଧ୍ୟ ସ୍ଥାନୀୟ ରାଜନୈତିକ କ୍ଷେତ୍ରରେ ବେଶ ଦବଦବା ଥିବା ସହ ସେ ନିରାକାରପୁର ବଣିକ ସଂଘର ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଗତ ୩ ଦିନ ତଳେ ହଠାତ ତାଙ୍କର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭର୍ତି କରାଯାଇଥିଲା । ଶନିବାର ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିବା ପରେ ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ଶତାଧିକ ଲୋକେ ରାମେଶ୍ୱର ଛକରୁ ଆଣି ପୁରୀ ନେଇଥିଲେ । ସେଠାରେ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସଂପନ୍ନ କରାଯାଇଥିଲା । ମୃତ୍ୟୁଶଯ୍ୟାରେ ତାଙ୍କ ନିକଟରେ ତାଙ୍କ ପତ୍ନୀ,ପୁତ୍ର,ପୁତ୍ରବଧୂ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *