Sunday , June 13 2021
Breaking News
Home / ବିଶେଷ / ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ରକ୍ତଦାନ ସମ୍ମିଳନୀ ଓ ଅମୃତ ସଞ୍ଜିବନୀ ସମ୍ବର୍ଦ୍ଧନା

ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ରକ୍ତଦାନ ସମ୍ମିଳନୀ ଓ ଅମୃତ ସଞ୍ଜିବନୀ ସମ୍ବର୍ଦ୍ଧନା

ବାର୍ଷିକ ସ୍ମରଣିକା ‘ଅମୃତଧାରା’ ଉନ୍ମୋଚିତ
ଭୁବନେଶ୍ୱର,୨୭/୧୨/୨୦୨୦(ଓଡ଼ିଶା ସମାଚାର)- ଭୁବନେଶ୍ୱରସ୍ଥିତ ପଲ୍ଲବୀ ମଣ୍ଡପରେ ସର୍ମପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଲାଇଫ୍ ସେଭିୟର କନକ୍ଲେଭ ଓ ଅମୃତ ସଞ୍ଜିବନୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସଦାଶିବ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ପ୍ରକାଶ ରଥ, ଆସିଷ୍ଟାଂଟ ପୋଲିସ୍ କମିଶନର ଶ୍ରୀଯୁକ୍ତ ଲଳିତେନ୍ଦୁ ମହାନ୍ତି, ହାଇଟେକ ଡ଼ାକ୍ତରଖାନା ଓ କଲେଜର ବରିଷ୍ଠ ଅଧିକାରୀ ଶ୍ରୀଯୁକ୍ତ ଜ୍ୟୋର୍ତିମୟ ପଣ୍ଡା, ଅନୁଷ୍ଠାନର ଉପସଭାପତି ଶ୍ରୀଯୁକ୍ତ ଅଶୀଳ କୁମାର ବ୍ରହ୍ମା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ସ୍ୱେଚ୍ଛାକୃତ ରକ୍ତଦାନକୁ ବୃଦ୍ଧି କରିବା ଦିଗରେ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ବାର୍ଷିକ ସ୍ମରଣିକା ‘ଅମୃତଧାରା’ ଉନ୍ମୋଚିିତ କରାଯାଇଥିଲା । ଅତିଥିମାନେ ‘ସମର୍ପିତ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ସମାଜ ପ୍ରତି କାର୍ଯ୍ୟ, ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିବା ସହିତ ଅନୁଷ୍ଠାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସମର୍ପିତ ସହ ମିଶି ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ସଂଗଠନ, ରାକ୍ତଦାତା, ସେବା ମନୋବୃତି ନେଇ ବିଭିନ୍ନ ଡ଼ାକ୍ତରଖାନାରେ ଡ଼ାକ୍ତର, ସାମ୍ବାଦିକ, ସାମାଜିକ କର୍ମୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମର୍ପିତର ସମସ୍ତ ସଦସ୍ୟ, ସଦସ୍ୟାମାନେ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *