Thursday , June 17 2021
Breaking News
Home / ବିଶେଷ / ସମବାୟ ମନ୍ତ୍ରୀଙ୍କ ଓଡ଼ିଶା ରାଜ୍ୟ କୋଅପରେଟିଭ ୟୁନିୟନ ଏବଂ ଓପୋଲଫେଡ କାର୍ଯ୍ୟାଳୟ ଅଚାନକ ଗସ୍ତ

ସମବାୟ ମନ୍ତ୍ରୀଙ୍କ ଓଡ଼ିଶା ରାଜ୍ୟ କୋଅପରେଟିଭ ୟୁନିୟନ ଏବଂ ଓପୋଲଫେଡ କାର୍ଯ୍ୟାଳୟ ଅଚାନକ ଗସ୍ତ

ଭୁବନେଶ୍ୱର, ୧୭/୦୯/୨୦୧୯(ଓଡ଼ିଶା ସମାଚାର)- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର ଅପରାହ୍ନରେ ଓଡ଼ିଶା ରାଜ୍ୟ କୋଅପରେଟିଭ ୟୁନିୟନ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ କାର୍ଯ୍ୟାଳୟ ବୁଲି ଦେଖିବା ସହ ଉପସ୍ଥାନ ଯାଂଚ କରିଥିଲେ । କାର୍ଯ୍ୟାଳୟରେ ମୋଟ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଓ ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ପଚାରି ବୁଝିବା ସହିତ ଗସ୍ତ ସମୟରେ ଅନୁପସ୍ଥିତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ନିର୍ଦ୍ଧେଶ ଦେଇଥିଲେ । ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରିଦର୍ଶନ ସମୟରେ ୨୦୧୮-୧୯ ବର୍ଷରେ ୟୁନିୟନ କି କି କାର୍ଯ୍ୟ କରିଛି ପଚାରି ବୁଝିବା ସହ ୨୦୧୯-୨୦ ବର୍ଷ ନିମନ୍ତେ କେଉଁସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏଥିସହିତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେ ଅର୍ଥ ପ୍ରଦାନ କରାଯାଇଛି ଏବଂ ସେଥିମଧ୍ୟରୁ କେତେ ବିନିଯୋଗ ହୋଇଛି ପଚାରି ବୁଝିଥିଲେ । ୟୁନିୟନ ତରଫରୁ ସମବାୟ ସମାଚାର ଓ କଲ୍ୟାଣୀ ପତି୍ରକା ନିୟମିତ ପ୍ରକାଶ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ୫ ଟି ସୂତ୍ରକୁ କଡ଼ାକଡ଼ି ଭାବେ ପାଳନ କରି ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ନିର୍ଦ୍ଧେଶ ଦେଇଥିଲେ ।ଏହାପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଲକ୍ଷ୍ମୀସାଗର ସ୍ଥିତ ଓପୋଲୋଫେଡ କାର୍ଯ୍ୟାଳୟ ଗସ୍ତ କରିଥିଲେ । ଗସ୍ତ ସମୟରେ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ସଂଖ୍ୟା ଓ ଉପସ୍ଥାନ ଯାଂଚ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ସମୟରେ କାର୍ଯ୍ୟାଳୟର ୨୬ ଜଚ୍ଚଙ୍କ ମଧ୍ୟରୁ ୧୧ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଦେଖି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟାଳୟ ସମୟ ମଧ୍ୟରେ ନିୟମିତ ଉପସ୍ଥିତ ରହି କାର୍ଯ୍ୟ କରିବା ପାଇଁ ତାଗିଦ କରିଥିଲେ । ଓପୋଲୋଫେଡର ବାର୍ଷିକ ବଜେଟ୍ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଚାରି ବୁଝିବା ସହିତ ଏହାର କାର୍ଯ୍ୟକ୍ରମ ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ଓପୋଲୋଫେଡ଼କୁ ଅଧିକ ସୁଦୃଢ଼ ଏବଂ ଜନସାଧାରେଣଙ୍କ ଦ୍ୱାରା କିପରି ଅଧିକ ଆଦୃତ ହୋଇପାରିବ ସେ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ୫ ଟି ସୂତ୍ରକୁ ନିଷ୍ଠାର ସହ ଅନୁପାଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଧେଶ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *