Monday , June 14 2021
Breaking News
Home / ବିଶେଷ / ସବୁଜ ବାହିନୀ ପକ୍ଷରୁ ବୃକ୍ଷ ରୋପଣ 

ସବୁଜ ବାହିନୀ ପକ୍ଷରୁ ବୃକ୍ଷ ରୋପଣ 

ଗରଦପୁର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ଗରଦପୁର ଗ୍ରାମର ସବୁଜ ବାହିନୀ ସଂଗଠନର ଯୁବକମାନେ ଆଜି ଗରଦପୁର ଗ୍ରାମର ୯ ନମ୍ବର ୱାର୍ଡ଼ରେ ଥିବା  ଗୋଚର ଜମି ରେ ବିଭିନ୍ନ ଚାରା ରୋପଣ କରିଛନ୍ତି ।  ସେମାନଙ୍କ ସହିତ  ଏହି କାର୍ଯ୍ୟକ୍ରମରେ ଗରଦପୁର ବ୍ଲକ୍ ବିଡ଼ିଓ ଧରଣୀଧର ବେହେରା , ତହସିଲଦାର ଉମାକାନ୍ତ ବିଶ୍ୱାଳ , ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି, ସମାଜସେବୀ ଅରୁଣ କୁମାର ପଣ୍ଡା,ଯୋଗଗୁରୁ ଦେବ କୁମାର ପାଣି , ରାଜସ୍ୱ ନିରିକ୍ଷକ, ୟୁକୋ ବ୍ୟାଙ୍କ ଶାଖା ପରିଚାଳକ, ଆରଡ଼ି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସନ୍ଦିବିଗ୍ରହ ,ପ୍ରମୁଖ ସାମିଲ ହୋଇ ବିଭିନ୍ନ ବୃକ୍ଷ ଚାରା ରୋପଣ କରିଥିଲେ ।  ଶୁଭମ ପାଣିଙ୍କ ନେତୃତ୍ୱରେ ଶିବବ୍ରତ ପାଣି,ଅରୁଣ କୁମାର ପାଣି,ସଂଗ୍ରାମ ମିଶ୍ର,ରଶ୍ମୀରଂଜନ ପଣ୍ଡା,ପ୍ରତାପ ପାତ୍ର,କବିନ୍ଦ୍ର ବେହେରା,ଦିବାକର ସାହୁ ଏବଂ ଗ୍ରାମର ଶତାଧିକ ବରିଷ୍ଠ ଜନସାଧାରଣ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *