Monday , June 14 2021
Breaking News
Home / ବିଶେଷ / ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ସଫେଇ କର୍ମଚାରୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

କଟକ, ୦୫/୦୮/୨୦୧୯(ଓଡ଼ିଶା ସମାଚାର): କଟକ ସହରରେ ସଫେଇ କର୍ମଚାରୀଙ୍କ ପାଇଁ ସିଏମସି ପକ୍ଷରୁ ସ୍ୱାସ୍ଥ୍ୟ ନିରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । କଟକ ମହାନଗର ନିଗମ ଅନ୍ତର୍ଗତ ୫୯ ୱାର୍ଡ଼ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପର୍ଯ୍ୟାୟ କ୍ରମେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେଉଛି । ତେବେ ସ୍ଥାନୀୟ ଚୌଧୁରୀବଜାରସ୍ଥିତ ମାରୁତି ମଣ୍ଡପରେ ୨୧ନମ୍ବର ୱାର୍ଡ଼ର କାର୍ଯ୍ୟରତ ୩୭ଜଣ ସଫେଇ କର୍ମଚାରୀ ସେମାନଙ୍କ ପରିବାର ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିବାବେଳେ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ । ସନ୍ ହସପିଟାଲ ସହଯୋଗରେ ପରିଚାଳିତ ଏହି ସ୍ୱାସ୍ଥ୍ୟ ଶିବିରରେ ଝାଡୁଦାର, କୁଲି, ବାତଜ୍ୱର ବିଭାଗରେ ଥିବା ସଫେଇ କର୍ମଚାରୀ, ମେଟ, ଜମାଦାର ଓ ସୁପରଭାଇଜରମାନେ ଅଂଶ ଗ୍ରହଣ କରିଥିଲେ । ଶିବିରରେ ଭେଷଜ, ସ୍ତ୍ରୀରୋଗ, ଚକ୍ଷୁ ବିଭାଗ ଓ ଚର୍ମ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଅନ୍ୟ ୱାର୍ଡ଼ଗୁଡ଼ିକରେଏଭଳି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ସିଏସ୍ସି ଡେପୁଟି କମିଶନର (ପରିମଳ) ସଞ୍ଜିବିତା ରାୟ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *