Tuesday , June 15 2021
Breaking News
Home / କ୍ରୀଡ଼ା / ସପ୍ତମ ବାର୍ଷିକ ମା’ମଙ୍ଗଳା କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ

ସପ୍ତମ ବାର୍ଷିକ ମା’ମଙ୍ଗଳା କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ

       ଢେଙ୍କାନାଳ,୨୨/୦୧/୨୦୨୧(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର ଗ୍ରାମ ଖେଳପଡିଆଠାରେ ୭ମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ଉଦଯାପିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଂଟ୍ ରେ ମୁଖ୍ୟ ଅତିଥି ଭାବେ ଉର୍ମିଳା ମିଶ୍ର ମେମୋରିଆଲ୍ ଟ୍ରଷ୍ଟ୍ ର ଅଧ୍ୟକ୍ଷ ତଥା  ସମାଜସେବୀ ଦିଲ୍ଲୀପ୍ କୁମାର ତ୍ରିପାଠୀ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ସମାଜସେବୀ ପ୍ରତାପ ଦାସ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ଓ ଆର୍ଥିକ ପ୍ରୋତ୍ସାହନ ରାଶି ସହ ମାନପତ୍ର ପ୍ରଦାନ କରିଥିଲେ । ଏହି ୮ଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଂଟ୍ ରେ ୧୬ଟି ଦଳ ଭାଗନେଇ ଅନ୍ତିମ ଦିବସରେ ଆୟୋଜକ ସଦାଶିବପୁରର ମା’ମଙ୍ଗଳା କ୍ରିକେଟ୍ କ୍ଲବ୍ ସହିତ ବେଡାପଡା ଗ୍ରାମର ମା’ଅନ୍ଧାରୀ କ୍ରିକେଟ୍ କ୍ଲବ୍ ର ଅନୁଷ୍ଠିତ ହୋଇଥିଲା ।

       ମାତ୍ର ନିର୍ଦ୍ଧାରିତ ୧୫ ଓଭର୍ରେ ମା’ଅନ୍ଧାରୀ କ୍ରିକେଟ୍ କ୍ଲବ୍ ଟସ୍ ଜିଣି ୨୦୬ରନ୍ ସଂଗ୍ରହ କରିଥିଲା । ଜବାବରେ ମା’ ମଙ୍ଗଳା କ୍ରିକେଟ୍ କ୍ଲବ୍ ୧୫ ଓଭରରେ ୧୧୫ ରନ୍ କରି ସମସ୍ତ ଖେଳାଳି ଆଉଟ୍ ହୋଇ ୯୧ ରନ୍ ରେ ପରାସ୍ତ ହୋଇଥିଲେ ।  ଏହି ଫାଇନାଲ୍ ମ୍ୟାଚ୍ ରେ  ୪୩ ବଲ୍ରୁ ୯୫ ରନ୍ ସଂଗ୍ରହ କରି ଅଶ୍ୱିନୀ ଶ୍ରେଷ୍ଠ ଖେଳାଳୀ  ହୋଇଥିବାବେଳେ  ଏବଂ ଟୁର୍ଣ୍ଣାମେଂଟ୍ ର  ଶ୍ରେଷ୍ଠ ଖେଳାଳି ଭାବେ ରାମଚନ୍ଦ୍ର ଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟ୍ ରେ ମା’ମଙ୍ଗଳା କ୍ରିକେଟ୍ କ୍ଲବ୍ର ମାନସ, କାଳିଆ, ପ୍ରଶାନ୍ତ, ଅମର, ସୁନିଲ୍, ବୁବୁ ସହଯୋଗ କରିବା ସହ ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *