Sunday , June 20 2021
Home / ବିଶେଷ / ସନାତନ ବ୍ରହ୍ମ କୌବଲ୍ୟ କ୍ଷିତି ଜ୍ୟୋତି ଶାନ୍ତି ମହାଯଜ୍ଞ 

ସନାତନ ବ୍ରହ୍ମ କୌବଲ୍ୟ କ୍ଷିତି ଜ୍ୟୋତି ଶାନ୍ତି ମହାଯଜ୍ଞ 

ପାଟକୁରା ,୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ପାଟକୁରା ଥାନା ଅନ୍ତର୍ଗତ ପୋତାରୀ ଆଶ୍ରମ ନିକଟସ୍ଥ ରତନପୁର ଗ୍ରାମର ରତ୍ନବଟ ଧାମରେ ଗତକାଲି ଜ୍ୟୋଷ୍ଠ ପୂର୍ଣ୍ଣମୀ ଅବସରରେ ୨ୟ ବାର୍ଷିକ ସନାତନ ବ୍ରହ୍ମ କୌବଲ୍ୟ କ୍ଷିତି ଜ୍ୟୋତି ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଶ୍ରମରେ ପ୍ରତ୍ୟୁଷରୁ ନାମ ଯଜ୍ଞ,ଅଗ୍ନି ଅଧିବାସ,ସୂର୍ଯ୍ୟପୂଜା,ଶାଲା ପୂଜନ,ପାଶ୍ୱର୍ ଦେବତା ପୂଜନ,ମୂଖ୍ୟ ଦେବତା ପୂଜନ, ଯଜ୍ଞାହୁତି ପ୍ରଦାନ,ଆଦି କାର୍ଯ୍ୟକ୍ରମ କରାଯାଇଥିଲା ଅପରାହ୍ନରେ ଯଜ୍ଞ ଉତ୍ସବର ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା । ଏହି ଅବସରରେ ମହାଙ୍ଗା ଆଶ୍ରମର ବିରଂଚି ନାରାୟଣ ଆଚାର୍ଯ୍ୟ, ସାଲେପୁରରୁ ପପୁ ବାବା ଉପସ୍ଥିତ ରହି ଉପସ୍ଥିତ ଅନୁଗାମୀମାନଙ୍କୁ ପ୍ରବଚନ ଦେଇଥିଲେ । ଏହି ଯଜ୍ଞ ଉତ୍ସବରେ ବିଭିନ୍ନ ସ୍ଥାନମାନଙ୍କରୁ ଶତାଧିକ ଅନୁଗାମୀ ଭକ୍ତମାନେ ଯୋଗ ଦେଇଥିବା ଆୟୋଜକ ନିରଞ୍ଜନ ମଲ୍ଲିକ ପ୍ରକାଶ କରିଛନ୍ତି ।  ପୂର୍ବ ଦିନ ଯଜ୍ଞ ଉତ୍ସବ ପାଇଁ ଅଙ୍କୁରାରୋପଣ କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *