Thursday , June 17 2021
Breaking News
Home / ବିଶେଷ / ସତ୍ୟସନାତନ ନିର୍ବେଦ ଆଶ୍ରମ ପକ୍ଷରୁ ମାଗଣା ଚିକିତ୍ସା ଓ ଔଷଧ ବିତରଣ

ସତ୍ୟସନାତନ ନିର୍ବେଦ ଆଶ୍ରମ ପକ୍ଷରୁ ମାଗଣା ଚିକିତ୍ସା ଓ ଔଷଧ ବିତରଣ

ସାଲେପୁର, ୨୮/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ସହରର ଚିତ୍ରୋପôଳା ନଦୀକୂଳ ଦୋବନ୍ଧିଠାରେ ସତ୍ୟସନାତନ ନିର୍ବେଦ ଆଶ୍ରମ ପକ୍ଷରୁ ପ୍ରତି ରବିବାର ଦିନ ବିଭିନ୍ନ ପ୍ରକାର ରୋଗୀମାନଙ୍କୁ ଚିକିତ୍ସା କରାଯିବା ସହ ସେମାନଙ୍କୁ ମାଗଣାରେ ହୋମିଓପ୍ୟାଥିକ ଔଷଧ ବିତରଣ କରାଯାଉଛି । ଏଥିନେଇ ପ୍ରତି ରବିବାର ଦିନ ଏହି ଆଶ୍ରମରେ ନାହିଁନଥିବା ରୋଗୀମାନଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ପ୍ରତି ରବିବାର ମାସକୁ ୪ଦିନ ସକାଳ ୧୧ଟାରୁ ରୋଗୀଦେଖା ଆରମ୍ଭ ହେଉଛି । ଡାକ୍ତର ମାନସ ମହାନ୍ତି ରୋଗୀମାନଙ୍କର ପରୀକ୍ଷା କରିବା ସହ ସେମାନଙ୍କୁ ଔଷଧ ବିତରଣ କରୁଥିବା ଦେଖାଯାଇଛି । ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ରୋଗୀମାନଙ୍କ ସଂପର୍କୀୟମାନେ ରୋଗୀମାନଙ୍କୁ ଏଠାକୁ ଆଣି ଚିକିତ୍ସାର ସୁଫଳ ପାଇବାପାଇଁ ଯୋଗଗୁରୁ ବିଷ୍ଣୁଚରଣ କର,  ଅନୁଷ୍ଠାନର ସଭାପତି ସଦାଶିବ ବେଦାନ୍ତ, ସଂପାଦକ ଗୋଲଖ ନାୟକ ପ୍ରମୁଖ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *