Monday , June 21 2021
Breaking News
Home / ତାଜା ଖବର / ସଟ୍ ସର୍କିଟ୍ ରେ ୩ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଗଲା 

ସଟ୍ ସର୍କିଟ୍ ରେ ୩ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଗଲା 

ରଘୁନାଥପୁର,୦୫/୦୩/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ସାଦେଇପୁର ପଂଚାୟତର ନୃସିଂହ ଚରଣ ମହାପାତ୍ରଙ୍କ ବାସଭବନ ଉପରେ ଯାଇଥିବା ବିଦ୍ୟୁତ ତାର ପବନରେ ଘସିହୋଇ ସେଥିରୁ ନିଆଁ  ବାହାରି ଆଜି ଦିନ ୧ଟା ସମୟରେ ଅଗ୍ନୀକାଣ୍ଡ ଘଟିଥିଲା । ଫଳରେ ଶ୍ରୀ ମହାପାତ୍ରଙ୍କର ୩ ବଖରା ବାସଗୃହ ସଂପୂର୍ଣ୍ଣ ଜଳିଯିବା ସହିତ ଏହି ଘରେ ଥିବା ଗୋଟିଏ ସ୍କୁଟର, ଗୋଟିଏ ବାଇକ, ଟ୍ରଲି, ଧାନ ୫ବସ୍ତା ଓ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଛି । ଖବର ପାଇ ରଘୁନାଥପୁର ଅଗ୍ନୀଶମ ଦଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ଅଗ୍ନୀକାଣ୍ଡର ଲକ୍ଷାଧିକ ଟଙ୍କର ସଂପତି ନଷ୍ଟ ହୋଇଯାଇଛି । ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *