Sunday , June 20 2021
Home / ବିଶେଷ / ସଞ୍ଜୟ ମହାନ୍ତି ହେଲେ ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ

ସଞ୍ଜୟ ମହାନ୍ତି ହେଲେ ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ

ଭୁବନେଶ୍ୱର, ୨୧/୦୯/୨୦୧୯(ଓଡ଼ିଶା ସମାଚାର)- କଲିକତା ସ୍ଥିତ ଦକ୍ଷିଣ ପୂର୍ବ ରେଳପଥର ନୂତନ ମହାପ୍ରବନ୍ଧକ ଭାବେ ଶ୍ରୀ ସଞ୍ଜୟ କୁମାର ମହାନ୍ତି ଯୋଗଦାନ କରିଛନ୍ତି ।ଏହା ପୂର୍ବରୁ ଶ୍ରୀ ମହାନ୍ତି ରେଳବାଇ ବୋର୍ଡରେ ଟ୍ରାଫିକ ଟ୍ରାନ୍ସପୋର୍ଟେସନର ପ୍ରିନସିପାଲ ଏକଜୁକୁଟିଭ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ । ଭାରତୀୟ ରେଳବାଇରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀ ଯଥା ପୂର୍ବତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଭାବେ ଶ୍ରୀ ମହାନ୍ତି କାର୍ଯ୍ୟ କରିଛନ୍ତି । ଭାରତୀୟ ରେଳବାଇରେ ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ଏକ ଶ୍ରେଷ୍ଠ ପଣ୍ୟପରିବହନ ମଣ୍ଡଳ ଭାବେ ଠିଆ କରିବାରେ ଶ୍ରୀ ମହାନ୍ତିଙ୍କର ଭୂମିକା ପ୍ରଶଂସନୀୟ । ଶ୍ରୀ ମହାନ୍ତି ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରେ ଡିଗ୍ରୀ ହାସଲ କରିବା ପରେ ୧୯୮୫ ମସିହାରେ ଭାରତୀୟ ରେଳବାଇ ଟ୍ରାଫିକ ସେବାରେ ଯୋଗଦାନ କରିଥିଲେ । ସେ ବାଲେଶ୍ୱରର ଜଣାଶୁଣା ଆଇନଜୀବି ସ୍ୱର୍ଗତ କୃଷ୍ଣ ପ୍ରସାଦ ମହାନ୍ତିଙ୍କର କନିଷ୍ଠ ପୁତ୍ର ଅଟନ୍ତି । ସେ ମଧ୍ୟ ମୁମ୍ବାଇ, ନାଗପୁର, ଝାନ୍ସୀ ଓ କୋଙ୍କଣ ରେଳପଥ ମାନଙ୍କରେ ବହୁ ବରିଷ୍ଠ ପଦପଦବୀରେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିଥିବା ବେଳେ ରେଳବାଇରେ ପ୍ରଣାଳୀ ନିର୍ମାତା (ସିଷ୍ଟମ ବିଲଡର) ଏବଂ ରେଳବାଇ ପ୍ରଶାସନରେ ନବୀନତା ଆଣିବାପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *