Wednesday , June 23 2021
Breaking News
Home / ବିଶେଷ / ସଚିବାଳୟରେ ଖାଲି ପଡ଼ିଛି ୩୭୧ ଅଫିସର ପଦବୀ  

ସଚିବାଳୟରେ ଖାଲି ପଡ଼ିଛି ୩୭୧ ଅଫିସର ପଦବୀ  

ଭୁବନେଶ୍ୱର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)-ଓଡ଼ିଶା ସଚିବାଳୟ ସେବାରେ ବିଭିନ୍ନ ଅଧିକାରୀସ୍ତରରେ ୩୭୧ଟି ପଦବୀ ଖାଲି ପଡ଼ିଛି । ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତର ଦେଇ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ରାଜ୍ୟ ସଚିବାଳୟରେ ୮ଟି ଅତିରିକ୍ତ ସଚିବ ପଦବୀ ରହିଥିବା ବେଳେ ବର୍ତମାନ ସବୁ ପଦବୀ ଖାଲି ପଡିଛି । ସେହିଭଳି ମଞ୍ଜୁରୀପ୍ରାପ୍ତ ୨୨ଟି ଯୁଗ୍ମ ସଚିବ ପଦବୀ ଖାଲି ପଡ଼ିଛି । ସଚିବାଳୟରେ ମୋଟ ମଞ୍ଜୁରୀପ୍ରାପ୍ତ ୭୦ଟି ଉପ ସଚିବ ପଦବୀ ମଧ୍ୟରୁ ୬୬ ଜଣ ଅଧିକାରୀ କାର୍ଯ୍ୟରତ ଥିବା ବେଳେ ୪ଟି ପଦବୀ ଖାଲି ରହିଛି ।

ଅନ୍ୟପକ୍ଷରେ ୨୫୧ଟି ମଞ୍ଜୁରୀପ୍ରାପ୍ତ ଅନୁସଚିବ ପଦବୀରୁ ୧୩୯ଟି, ୩୨୫ଟି ଡେସ୍କ ଅଫିସର ପଦବୀରୁ ୩୯ଟି ଓ ୭୦୦ଟି ଉପବିଭାଗ ଅଧିକାରୀ ପଦବୀରୁ ୧୫୯ଟି ଖାଲି ରହିଛି ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି ।ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *