Monday , June 21 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ୫ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମର ଶିକାର – ଅଭିଯୁକ୍ତ ଗିରଫ

ସଂକ୍ଷେପରେ ତାଜା ଖବର : ୫ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମର ଶିକାର – ଅଭିଯୁକ୍ତ ଗିରଫ

କୁଜଙ୍ଗ,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- କୁଜଙ୍ଗ ଥାନା ଅଂଚଳର ଲଜ୍ଜା ଜନକ ଖବର । ଜଣେ ନାକାଳିକା ଦୁଷ୍କର୍ମର ଶିକାରହୋଇଥିବା ଅଭିଯୋଗ ହୋଇଛି । କୁଜଙ୍ଗ ଥାନା ପୋଲିସ୍ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ କୁଜଙ୍ଗ ଥାନା ଅନ୍ତର୍ଗତ ଅରଖିଆ ଗ୍ରାମରେ ଏହି ଲଜାଜନକ ଘଟଣା ଘଟିଛି । ଜଣେ ମାତ୍ର ୫ ବର୍ଷର ନାବାଳିକା ଖେଳୁଥିବାବେଳେ ତାକୁ ସେହି ଗ୍ରାମର ରୁଦ୍ରନାରାୟଣ ଦଳେଇ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ସମ୍ପୃକ୍ତ ନାବାଳିକା ଘରେ କହିବା ପରେ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ରୁଦ୍ରନାରାୟଣକୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ତାକୁ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ : କରୋନା ଛୁଇଁ ପାରିନି  ଗୁମାଗଡ଼ ପଞ୍ଚାୟତକୁ

  କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ ଏବେ ରାଜ୍ୟର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ସବୁଠି କାୟା …

Leave a Reply

Your email address will not be published. Required fields are marked *