Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସ୍ନାନ ବେଦୀକୁ ବିଧାୟକ ଯିବା ନେଇ ଏକାଧିକ ସେବାୟତଙ୍କୁ ନୋଟିସ୍ ଜାରି  – ୨ ସେବାୟତ ନିଲମ୍ବିତ

ସଂକ୍ଷେପରେ ତାଜା ଖବର : ସ୍ନାନ ବେଦୀକୁ ବିଧାୟକ ଯିବା ନେଇ ଏକାଧିକ ସେବାୟତଙ୍କୁ ନୋଟିସ୍ ଜାରି  – ୨ ସେବାୟତ ନିଲମ୍ବିତ

ପୁରୀ,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗତ ଦେବସ୍ନାନ ପୂର୍ଣ୍ଣୀମାରେ ସ୍ଥାନୀୟ ବିଧାୟକ ଜୟନ୍ତ ଷଢ଼ଙ୍ଗୀ  ସ୍ନାନ ମଣ୍ଡପ ବା ସ୍ନାନ ବେଦୀକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ନେଇ ହୋଇଥିବା ଅଭିଯୋଗ ଉପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିଧାୟକ ଓ ଏକାଧିକ ସେବାୟତଙ୍କୁ ନୋଟିସ ଜାରି କରାଯାଇଛି । ଅନ୍ୟପକ୍ଷରେ ବିଧାୟକ କହିଛନ୍ତି ସେ ସ୍ନାନ ବେଦୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଛନ୍ତି । ସେଠାକୁ ଯିବା ପାଇଁ ତାଙ୍କୁ କେହି ବାରଣ କରିନଥିଲେ । ତେବେ ସର୍ବଶେଷ ସୂଚନା ଅନୁସାରେ  ସିସିଟିଭି ଫୁଟେଜକୁ ଆଧାର କରି ୨ଜଣ ସେବାୟତଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ସେବାୟତ ହେଉଛନ୍ତି ସୋମନାଥ ଖୁଂଟିଆ ଓ ରାଜାରାମ ଖୁଂଟିଆ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *