Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସୋନମ୍ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ନିର୍ବାଚିତ

ସଂକ୍ଷେପରେ ତାଜା ଖବର : ସୋନମ୍ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ନିର୍ବାଚିତ

ଗଂଜାମ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)- ସୋନମ୍ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଏହି ପଦବିରେ ଥିବା ସୁବାସ ବେହେରା ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଥିଲେ । ଆଜି ଏହି ପଦବି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୧୧ ନମ୍ବର ଜୋନ୍ ର ସଦସ୍ୟା ସୋନମ ପଲେଇ ବିଜୁ ଜନତା ଦଳ ପକ୍ଷରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏକ ବନ୍ଦ ଲଫାପାରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରୁ ସୋନମ ପଲେଇ ଙ୍କ ନାମରେ ମୋହର ଲାଗିଥିଲା । ସୋନମ୍ ପଲେଇ ଏକମାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତେଣୁ ବିନା ପ୍ରତିଦ୍ୱନ୍ଦିତାରେ ସୋନମ ପଲେଇ ଗଂଜାମ ଜିଲାପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

 ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ 

ଗରଦପୁର, ୧୧/୦୬/୨୦୨୧(ଓଡ଼ିଶା ସମାଚାର)- ଦେଶରେ ପେଟ୍ରୋଲ ଓ ଡ଼ିଜେଲ ଦର ଆକାଶ ଛୁଆଁ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ …

Leave a Reply

Your email address will not be published. Required fields are marked *