Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଶବ ନେଇ ଯାଉଥିବା ଆମ୍ବୁଲାନ୍ସ ଓଲଟି ୩ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ଶବ ନେଇ ଯାଉଥିବା ଆମ୍ବୁଲାନ୍ସ ଓଲଟି ୩ ଗୁରୁତର ଆହତ

ଭଦ୍ରକ,୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଭଦ୍ରକ ଜିଲା ଭଣ୍ଡାରୀ ପୋଖରୀ ଠାରେ ଏକ ଆମ୍ବୁଲାନ୍ସ ଓଲଟି ୩ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଆଜି ଭୋର ପ୍ରାୟ ସାଢ଼େ ୫ ଟାରେ ଏହି ଦୁର୍ଘଟଣା ଘଟିଛି । କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ଥିବା ଭଦ୍ରକ ଜିଲା ଭଣ୍ଡାରୀ ପୋଖରୀ ଅଂଚଳର କୁରୁଆ ଗୋବିନ୍ଦପୁର ର ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ସ୍ୱାମୀଙ୍କ ମୃତ ଦେହ ନେଇ ଘରକୁ ଫେରୁଥିବାବେଳେ ଭଣ୍ଡାରୀପୋଖରୀ ଚକ ନିକଟରେ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ମୃତକଙ୍କ ସ୍ତ୍ରୀ ଓ ପରିବାରର ୩ ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ଭଦ୍ରକ ଠାରେ ହସପିଟାଲ ରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *