Friday , June 18 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଯାତ୍ରିବାହୀ ବସ୍ ଧକାରେ ନାବାଳକ ଛାତ୍ରର ମୃତ୍ୟୁ– କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ସଂକ୍ଷେପରେ ତାଜା ଖବର : ଯାତ୍ରିବାହୀ ବସ୍ ଧକାରେ ନାବାଳକ ଛାତ୍ରର ମୃତ୍ୟୁ– କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଜୁନାଗଡ଼,୦୧/୦୯/୨୦୧୯(ଓଡ଼ିଶା ସମାଚାର / ସଂଜୟ କୁମାର ସିଂହ)- ଏକ ଯାତ୍ରିବାହୀ ବସ ଜଣେ ନାବାଳକ ଛାତ୍ର କୁ ପଛପଟୁ ଧକା ଦେଇଥିଲା । କ୍ଷତିପୁରଣ ଦାବିରେ ଉତ୍ୟକ୍ତ ଲୋକମାନେ ୨୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ଜୁନାଗଡ଼ ଥ଼ାନା ଅନ୍ତର୍ଗତ ମଥୁରା ଠାରେ ସେହି ଗ୍ରାମର ଧର୍ମାନନ୍ଦ ବଗର୍ତୀ (ମିଲୁ)  ନାମକ ଜଣେ ୧୩ ବର୍ଷର ବାଳକକ ସାଇକେଲ ରେ ଯାଉଥିବାବେଳେ  ମୁଖୀଗୁଡ଼ା ଠାରୁ ବଲାଙ୍ଗୀର ଯାଉଥିବା କପିଳେସ ନାମକ ଏକ ଯାତ୍ରିବାହୀ ବସ୍  ତା ପଛପଟୁ ଧକା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଛି । ମୃତ ମିଲୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିକରି ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *