Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବ୍ରହ୍ମପୁର ରେ ନକଲି ଗୁଟଖା କାରଖାନାର ଠାବ – ଜଣେ ଅଟକ

ସଂକ୍ଷେପରେ ତାଜା ଖବର : ବ୍ରହ୍ମପୁର ରେ ନକଲି ଗୁଟଖା କାରଖାନାର ଠାବ – ଜଣେ ଅଟକ

ବ୍ରହ୍ମପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)- ବଡ଼ ବଜାର ପୋଲିସ ଗୁରୁବାର ପେଣ୍ଠସାହିର ଏକ ଘର ଉପରେ ଚଢ଼ାଉ କରି ଏକ ନକଲି ଗୁଟଖା କାରଖାନା ର ଠାବ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ କୌଣସି ସୂତ୍ରରୁ ସୂଚନା ପାଇ ବଡ଼ ବଜାର ପୋଲିସ ପେଣ୍ଠସାହିର ରାମଚନ୍ଦ୍ର ଦାସଙ୍କ ଘର ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ୧୦୫ ଟି ଗୁଟଖା ବସ୍ତା , ଗୋଟିଏ ମେସିନ ଓ ଏକ ଧାରୁଆ ଅସ୍ତ୍ର ଜବତ କରିଥିଲା । ତେବେ ଚଢ଼ାଉ ସମୟରେ ରାମଚନ୍ଦ୍ର ଫେରାର ହୋଇଯିବାରୁ ପୋଲିସ୍ ତାର ସାନ ଭାଇ ହରିହର ଦାସ ଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *