Wednesday , June 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବିଜୁଳି ନେଲା ୩ ଜୀବନ

ସଂକ୍ଷେପରେ ତାଜା ଖବର : ବିଜୁଳି ନେଲା ୩ ଜୀବନ

ମାହାଙ୍ଗା, ୨୫/୦୮/୨୦୧୯(ଓଡ଼ିଶା ସମାଚାର)- ବଜ୍ରପାତ ମୃତ୍ୟୁ ସଂଖ୍ୟା କମାଇବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି । ରାଜ୍ୟର ୬ ଟି ସ୍ଥାନରେ ଲାଇଟିନିଙ୍ଗ ସେନସର ଲଗାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ କରାଯାଇଛି । ଲୋକଙ୍କ ପାଖକୁ ମଧ୍ୟ ଏସଏମଏସ ପଠାଯାଇ ସତର୍କ କରାଯାଉଛି ହେଲେ ରାଜ୍ୟରେ ବଜ୍ରପାତ ମୃତ୍ୟୁ ସଂଖ୍ୟା କମିବା ପରିବର୍ତେ ବଢ଼ି ବଢ଼ି ଚାଲିଛି । ଏହାର ଏକମାତ୍ର କାରଣ ଲୋକମାନେ ସଚେତନ ହେଉନାହାନ୍ତି । ଟିଭି ମାଧ୍ୟମରେ ଓ ଏସଏମଏସ ମାଧ୍ୟମରେ ସତର୍କ କରାଯାଉଛି । ବର୍ଷା ଦେଖିଲେ କେହି ସତର୍କ ହେଉନାହାନ୍ତି । ବିଜୁଳି ଘଡ଼ଘଡ଼ିକୁ ଭୟକରୁନାହାନ୍ତିା ବର୍ଷା ଆସିଲେ ବିଲ ବାଡ଼ିରୁ କାମ ଛାଡ଼ିଦେଇ ବିଳରୁ ପଳାଇଆସିବା କଥା । ତାହା ନକରିବାରୁ କୃଷିକ୍ଷେତ୍ରରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଯେତେ ଲୋକ ବଜ୍ରପାତରେ ମୃତ୍ୟୁ ବରଣ କରୁଛନ୍ତି , ସେଥିରୁ ସଂଖ୍ୟାଧିକ କୃଷିକ୍ଷେତ୍ରରେ । ଆଜି ବଜ୍ରପାତରେ ସାଲେପୁର ମାହାଙ୍ଗା ଅଂଚଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣଙ୍କର କୃଷି କ୍ଷେତ୍ରରେ ଓ ଅନ୍ୟ ଜଣେ ପାହାଡ଼ ଉପରେ । ମିଳିଥିବା ସୂଚନା ଅନୁସାରେ ଆଜି ଭେଡ଼ା ର ନୀରଂଜନ ମଲିକ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ ଘଟିବାରୁ ମୃତ୍ୟୁ ବରଣ କରିଛନ୍ତି । ସେହିପରି ମାଳ ଲେଖନପୁର ର ରାଜନ ବେହେରା କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ବଜ୍ରପାତ ଘଟିବାରୁ ମୃତ୍ୟୁ ବରଣ କରିଛନ୍ତି । ସେହିପରି ଲଳିତଗିରି ପାହାଡ଼ ଉପରେ ସ୍ଥାନୀୟ ଦଳିତ ସାହିର ବାବୁଲି ଜେନା ଛେଳି ଚରାଉଥିବାବେଳେ ବଜ୍ରପାତ ଘଟବାରୁ ମୃତ୍ୟୁ ବରଣ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *