Thursday , June 17 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ବାହୁଡ଼ା ଯାତ୍ରା ପାଇଁ ପୁରୀ ଜିଲାରେ କର୍ଫ୍ୟୁ ଜାରି

ସଂକ୍ଷେପରେ ତାଜା ଖବର : ବାହୁଡ଼ା ଯାତ୍ରା ପାଇଁ ପୁରୀ ଜିଲାରେ କର୍ଫ୍ୟୁ ଜାରି

ପୁରୀ, ୨୮/୦୬/୨୦୨୦(ଓଡ଼ିଶା ସମାଚାର)- ଆସନ୍ତା ଜୁଲାଇ ୧ ତାରିଖ ବାହୁଡ଼ା ଯାତ୍ରା ଓ ୨ ତାରିଖ ରଥ ଉପରେ ସୁନା ବେଶ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ଆସନ୍ତା ୩୦ ତାରିଖ ମଙ୍ଗଳବାର ରାତି ୧୦ ଟାରୁ ଜୁଲାଇ ୨ ତାରିଖ ଗୁରୁବାର ରାତି ୧୦ ଟା ପର୍ଯ୍ୟନ୍ତ ପୁରୀ ଜିଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ସମୟରେ କେବଳ ଜରୁରୀ କାଳିନ ସେବା ଜାରି ରହିବ । କୌଣସି ଜରୁରୀ ଆବଶ୍ୟକ ନଥିଲେ କୌଣସି ପରିସ୍ଥିତିରେ କେହି ବଡ଼ା ଦାଣ୍ଡକୁ ଆସିବା ମନା । ଏହାଛଡ଼ା ବଡ଼ଦାଣ୍ଡର ସମସ୍ତ ଘର ଓ ଧର୍ମାନୁଷ୍ଠାନ ଯାଂଚ କରାଯିବ । ଘର ଲୋକ ଛଡ଼ା ଅନ୍ୟ କେହି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୁଣ୍ଡିଚା ଯାତ୍ରା ପରି ଜନସାଧାରଣ ଶ୍ରୀ ଜୀଉଙ୍କ ବାହୁଡ଼ା ଯାତ୍ରା ପାଇଁ ଘରେ ରହି ସହଯୋଗ କରିବା ପାଇଁ ଜିଲାପାଳ ବଲୱନ୍ତ ସିଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *