Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :ବାପ ପୁଅର ଝଗଡ଼ାରୁ ବାପ ପଥରରେ ଛେଚି ଦେବାରୁ ପୁଅର ମୃତ୍ୟୁ

ସଂକ୍ଷେପରେ ତାଜା ଖବର :ବାପ ପୁଅର ଝଗଡ଼ାରୁ ବାପ ପଥରରେ ଛେଚି ଦେବାରୁ ପୁଅର ମୃତ୍ୟୁ

କେନ୍ଦୁଝର,୦୨/୦୯/୨୦୧୯(ଓଡ଼ିଶା ସମାଚାର)- ବାମେବାରୀ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଟଙ୍କା ଭାଗ ବଂଟାକୁ ନେଇ ପୁଅକୁ ପଥରରେ ଛେଚି ହତ୍ୟା କରିଛି ବାପ । ବାମେବାରୀ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁ ରେ ଟଙ୍କା ଭାଗ ବଂଟାକୁ ନେଇ ବାପ ନାରାୟଣ ଓ ପୁଅ ପିତାମ୍ବର ମଧ୍ୟରେ ଝଗଡ଼ା ଲାଗିଥିଲା । ଉତ୍ୟକ୍ତ ହୋଇ ବାପ ନାରାୟଣ ପାଖରେ ପଡ଼ିଥିବା ଏକ ପଥରରେ ପୁଅ ପିତାମ୍ବରର ମୁଣ୍ଡକୁ ଛେଚିଦେବା ଫଳରେ ପୁଅର ମୃତ୍ୟୁ ହୋଇଥିବା ଖବର ମିଳିଛି । ବାମେବାରି ପୋଲିସ୍ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *